୨୫ ଜଣଙ୍କୁ ଉଠାଇନେଲା ପୁଲିସ
ଖରସ୍ରୋତା ଆନ୍ଦୋଳନ ପରେ ୨୫ଜଣଙ୍କୁ ଉଠାଇନେଲା ପୋଲିସ । ବରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲିର ଘଟଣା ପରେ ୨୫ ଜଣଙ୍କୁ ପୁଲିସ ଉଠାଇନେଇଥିବା ସୂଚନା ମିଳିଛି ।
ଭଦ୍ରକକୁ ପାଣିଦେବାକୁ ବିରୋଧ କରି ଗତକାଲି ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ ଭାଙ୍ଗି ଆନ୍ଦୋଳନକାରୀମାନେ ପ୍ରକଳ୍ପ ସ୍ଥାନରେ ପଂହଚି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆନ୍ଦୋଳନକାରୀମାନେ ପାଣି ଟ୍ୟାଙ୍କର, କଂଟେନର ଓ ପ୍ରକଳ୍ପ ସ୍ଥାନରେ ଥିବା ଯନ୍ତ୍ରାଂଶକୁ ବି ଭାଙ୍ଗିଦେଇଥିଲେ ।
ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ କରି ହେଉଥିବା ଦୁଇବର୍ଷ ଧରି ଆନ୍ଦୋଳନ ଚାଲିଆସୁଛି । ସ୍ଥାନୀୟ ଜନସାଧାରଣ ତଥା ଆନ୍ଦୋଳନକାରୀଙ୍କ ଯୁକ୍ତି ହେଉଛି, ଖରସ୍ରୋତାର ମଧୁର ଜଳକୁ ଭଦ୍ରକ ପାନୀୟ ପ୍ରକଳ୍ପ ପାଇଁ ଦିଆଗଲେ ସ୍ଥାନୀୟ କନିକା ଓ ଆଳି ଅଂଚଳରେ ଭୂତଳ ଜଳସଙ୍କଟ ଦେଖାଦେବ । ଏଥିସହିତ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବ ବୋଲି ଅଭିଯୋଗ ହୋଇଛି।