THE BYAPINI

ମନ୍ତ୍ରୀଙ୍କ ଡେଡଲାଇନ୍

Get real time updates directly on you device, subscribe now.

ମଣ୍ଡିରୁ ଧାନ ଉଠାଇବା ନେଇ ୭୨ ଘଂଟାର ଡେଡଲାଇନ ପରେ ଆଗାମୀ ରଣନୀତି ସ୍ଥିର କରିଛି ବିଜେପି । ଆସନ୍ତା ୨୯ ତାରିଖରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବିଜେପି । ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ମଣ୍ଡିରୁ ଉଠାଯିବ ଧାନ ।

ମଣ୍ଡିରେ ଧାନର ଅବ୍ୟବସ୍ଥା ନେଇ ବିଜେପି ଚଳାଇଥିବା ଆନ୍ଦୋଳନକୁ ୭୨ ଘଂଟା ପାଇଁ ସ୍ଥଗିତ ରଖିଥିଲା । ଏହି ସମୟ ମଧ୍ୟରେ ସମସ୍ତ ମଣ୍ଡିରୁ ଧାନ ଉଠାଇବା ପାଇଁ ସରକାରଙ୍କୁ ଦେଇଥିଲା ଡେଡଲାଇନ । ଏହି କଂଟ ପୂରିବା ପରେ ପଶ୍ଚିମ ଓଡିଶାରେ ବୈଠକ କରି ଆଗାମୀ ରଣନୀତି ନେଇ ବିଜେପି ନେତା ନିଷ୍ପତି ନେଇଛନ୍ତି । ବୈଠକ ପରେ ବିଜେପି ପକ୍ଷରୁ କୁହାଯାଇଛି କି ,ଆସନ୍ତା ୨୯ ତାରିଖରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ । ଏପଟେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସରକାର ଚାଷୀଙ୍କୁ ଆଶ୍ୱସ୍ତି କରନ୍ତୁ । ମଣ୍ଡିରୁ ସରକାର ଧାନ ଉଠାଇନେବାକୁ ସେ ଅନୁରୋଧ କରିଛନ୍ତି ।

ବିଜେପି ଏପଟେ ପରବର୍ତୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଯେଉଁମାନେ ଆନ୍ଦୋଳନ କରିଛନ୍ତି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ମାର୍ଚ୍ଚ ୩୧ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଯିବ । ଗତବର୍ଷ ତୁଳନାରେ,ବର୍ତମାନ ସୁଦ୍ଧା ୨୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି ।ଏବେ ସୁଦ୍ଧା ମୋଟ, ୪୦ ଲକ୍ଷ ୬୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.