ପ୍ରତାପଙ୍କ ‘ପାପ’ ପଲିଟିକ୍ସ
ନବୀନ ନିବାସ ସାମନାରେ ହାଇଡ୍ରାମା ବେଳେ ଦେଖିବାକୁ ମିଳିଥିଲା ‘ପାପ’ପଲିଟିକ୍ସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନକୁ ନେଇ ଦେଖାଦେଇଛି ବିବାଦ । ବିଜେପି ବିଧାୟକ ଦଳ ନବୀନ ନିବାସ ଆସୁଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ୍ନବୀନ ନିବାସ ଏକ ପବିତ୍ର ସ୍ଥାନ । ଏଠାକୁ ଆସିଲେ ବିଜେପି ବିଧାୟକଙ୍କ ଯେଉଁ ପାପ ଥିଲା ତାହା ଧୋଇଯିବ । ଏବଂ ସେମାନେ ପାପ ମୁକ୍ତ ହେବେ । ଯେଉଁ ସବୁ କୁକର୍ମ ବିଭିନ୍ନ ସମୟରେ କରିଛନ୍ତି ଯେଉଁଥିପାଇଁ ଓଡିଶାବାସୀ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ସେଥିରୁ ନିବୃତ ରହିବା ପାଇଁ ନବୀନ ନିବାସରେ ପହଚିଂ ନିଜକୁ ପବିତ୍ର କରାନ୍ତୁ ବୋଲି କହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ତେବେ ଏହାର ଜବାବ ରଖିଛି ବିଜେପି ।
ମଣ୍ଡି ସମସ୍ୟା ଓ ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ରାଜନୀତି ଜୋର ଧରିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକ ନବୀନ ନିବାସ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମୋଝୀ କହିଛନ୍ତି ପାପ ବିଜେପି ବିଧାୟକ ନୁହଁନ୍ତି ସରକାରଙ୍କର ଏକାଧିକ ମନ୍ତ୍ରୀ କରିଛନ୍ତି ।
ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ । । ତେଣୁ ଆମେ ତାଙ୍କୁ ସ୍ୱାଗତ କରିବୁ ବୋଲି କହିଥିଲେ ମନ୍ତ୍ରୀ ।