ଗଂଜାମରେ ଲୋମଟାଙ୍କୁରା ଘଟଣା
ଗଂଜାମରେ ଲୋମଟାଙ୍କୁରା ଘଟଣା । ଜଣେ ମଣିଷ କଣ ଏତେ ନୃଶଂସ ହୋଇପାରେ ? ଏତେ ଅମାନବୀୟ, ବର୍ବର ହୋଇପାରେ? ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ । ଆଉ ଯେତେବେଳେ ନାବାଳିକା ଚିତ୍କାର କରିଥିଲା, ସେତେବେଳେ ଶିଶୁଟିର ମୁହଁ, ଗଳା ଓ ପାଟିକୁ ଆକ୍ରମଣ କରିଥିଲେ । ବାରମ୍ବାର ପାଟି କରିବାରୁ ଗଳାକୁ କାଟିଦେଇଥିଲେ ।
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାର ସୋରଳ ଗାଁରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ତ ୨୮ ତାରିଖରେ ନାବାଳିକା ଜଣକ ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା। ଜଣେ ୯ ବର୍ଷର ଝିଅକୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଅମାନବୀୟ ଭାବେ ହତ୍ୟା ପାଇଁ ଉଦ୍ୟମ କରିଥିଲା ଗାଁର ୨୪ ବର୍ଷୀୟ ଯୁବକ ଋତୁ ବେହେରା । ଯେତେବେଳେ ନାବାଳିକା ଚିତ୍କାର କରିଥିଲା, ସେତେବେଳେ ଶିଶୁଟିର ମୁହଁ, ଗଳା ଓ ପାଟିକୁ ଆକ୍ରମଣ କରିଥିଲେ । ବାରମ୍ବାର ପାଟି କରିବାରୁ ଗଳାକୁ କାଟିଦେଇଥିଲେ । କିଛି ସମୟ ପରେ ସାହିର ଶେଷମୁଣ୍ଡରେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ନାବାଳିକା ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଗ୍ରାମର ଦୁଇ ଯୁବକ ଋତୁ ବେହେରା ଓ ହେମନ୍ତ ବେହେରା ପ୍ରଚୁର ମଦ ପିଇ ବଡ଼ ସାହିରେ ଏକ ଘରେ ଥିଲେ। ଲୋକେ ଉଭୟଙ୍କୁ କାବୁ କରିବା ବେଳେ ସେଠାରେ ରକ୍ତ ପଡ଼ିଥିଲା। ଏହି ନାରକୀୟ କାଣ୍ଡ ଘଟାଇଥିବା ସନ୍ଦେହ କରି ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ଗୋଳନ୍ଥରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଏହାସହ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ତେବେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଦିଆଯାଇଥିଲା। ଦୁଷ୍କର୍ମ ପରେ ଝିଅକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।