THE BYAPINI

ସାଂସଦଙ୍କ ନିଖୋଜ ପୋଷ୍ଟର: ବନ୍ଧା ହେଲେ ୨ ଜଣ

Get real time updates directly on you device, subscribe now.

ଭୁବନେଶ୍ୱର ସାଂସଦଙ୍କ ନିଖୋଜ ପୋଷ୍ଟରମାରି ବନ୍ଧାହେଲେ ୨ ଜଣ । ପୋଷ୍ଟର ମାରିଥିବା ୨ ଜଣଙ୍କୁ ଲକ୍ଷ୍ମୀସାଗର ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଉଛନ୍ତି ଧନେଶ୍ୱର ବାରିକ ଓ ଜ୍ୟୋତିରଞ୍ଜନ ପଣ୍ଡା । ତେବେ ସାଂସଦ ଦିଲ୍ଲୀରେ ଥିବା ବେଳେ କାହିଁକି ତାଙ୍କ ନାଁରେ ଏମିତି ପୋଷ୍ଟର ମରାଗଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ମାତ୍ର ଏହି ଘଟଣା ଅସନ୍ତୋଷକୁ ସୂଚାଉଛି ।

ସେପଟେ ନିଖୋଜ ପୋଷ୍ଟଲଗାଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡଙ୍ଗୀ । ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ସେ ଦିଲ୍ଲୀରେ ଅଛନ୍ତି । ଫେବ୍ରୁଆରି ୧୫ରେ ଭୁବନେଶ୍ୱର ଫେରୁଛନ୍ତି ବୋଲି ଅପରାଜିତା କହିଛନ୍ତି। ଭୁବନେଶ୍ୱରବାସୀ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ସେ ଖୁସି ବୋଲି ଅପରାଜିତା କହିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ଜାତୀୟ ଐତିହ୍ୟ ପ୍ରାଧିକରଣ-ଏନ୍ଏମ୍ଏ ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବେ ଏବଂ ସେହିସେବୁ ସ୍ଥାନ ବୁଲିବା ପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

ଅପରାଜିତାଙ୍କ ନିଖୋଜ ସଂପର୍କରେ ପୋଷ୍ଟର ଲାଗିବା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି। ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହା ଅସହିଷ୍ଣୁ ଭାବର ପରିଚୟ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଶ୍ରୀମନ୍ଦିରରେ ଲାଗୁ ହୋଇଥିବା ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି। ହେଲେ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ଏକାମ୍ରକ୍ଷେତ୍ରର ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି । ଏକାମ୍ର କ୍ଷେତ୍ରର ଅନ୍ୟତମ ଦୁଇ ପୁରାତନ ମନ୍ଦିର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର । ଏହି ପ୍ରସଙ୍ଗକୁ ନେଇ କାହିଁକି ସାଂସଦ ମୁହଁ ଖୋଲୁ ନାହାନ୍ତି ବୋଲି ପୋଷ୍ଟରରେ ଲେଖା ଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.