ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି
ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ । ହଷ୍ଟେଲ, ଘର, ଅସ୍ଥାୟୀ ଶିବିର ଯିିଏ ଯେଉଁଠି ଅଛ ସୁରକ୍ଷିତ ରୁହ ।
ଅନେକ ଭାରତୀୟଙ୍କୁ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ୱାରା ଘରକୁ ଅଣାଯାଇଛି, କିନ୍ତୁ ଅନେକ ଭାରତୀୟ ଏବେ ମଧ୍ୟ ୟୁକ୍ରେନରେ ଅଛନ୍ତି । କୁହାଯାଉଛି ଯେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଅଛନ୍ତି ।
ଫସି ରହିଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ବର ।
ଫୋନ୍: ୧୮୦୦୧୧୮୭୯୭ (ଟୋଲ ଫ୍ରି)
+୯୧-୧୧-୨୩୦୧୨୧୧୩
+୯୧-୧୧-୨୩୦୧୪୧୦୪
+୯୧-୧୧-୨୩୦୧୭୯୦୫