THE BYAPINI

୭୦ ବର୍ଷ ବୟସରେ ବିଧାୟକ ଦେଲେ ମାଟ୍ରିକ୍ ପରୀକ୍ଷା

Get real time updates directly on you device, subscribe now.

ବିଧାୟକ ଦେଲେ ମାଟ୍ରିକ୍ ପରୀକ୍ଷା । ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଇଛନ୍ତି । ୭୦ ବର୍ଷ ବୟସରେ ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।
ସ୍କୁଲ ନିକଟରେ ଛାତ୍ରଛାତ୍ରୀଙ୍କ ଗହଳି ଲାଗିଥିବା ବେଳେ ଫୁଲବାଣୀର ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଛାତ୍ରଙ୍କ ଲାନ୍‌ରେ ଛିଡ଼ା ହୋଇଥିଲେ ଧୋତି ପିନ୍ଧା ବୟସ୍କ ବ୍ୟକ୍ତି। ଚିହ୍ନୁ ଚିହ୍ନୁ ସେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବୋଲି ଜଣାପଡ଼ିଲେ। ସେ ପରୀକ୍ଷା ଦେବା ନିମନ୍ତେ କାହାକୁ ଛାଡ଼ିବାକୁ ଆସି ନ ଥିଲେ, ବରଂ ସେ ସାଜିଥିଲେ ପରିକ୍ଷାର୍ଥୀ। ବିଧାୟକ କହଁର ୭୦ ବର୍ଷ ବୟସରେ ଦେଉଛନ୍ତି ମାଟ୍ରିକ ବୋର୍ଡ଼ ପରୀକ୍ଷା ।
ଫୁଲବାଣୀ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଅଙ୍ଗଦ କହଁର । ୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.