ବାବୁ କରିବେ ସ୍କୁଲର ବିକାଶ
ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ମୋ ସ୍କୁଲ ଅଭିଯାନରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅନେକ ଅଫିସର ନିଜକୁ ସାମିଲ କରିଛନ୍ତି । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଏଥିରେ ଯୋଡି ହୋଇଛନ୍ତି ।
ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ । ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ୟ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ୟ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଚୁକ ବ୍ୟକ୍ତିମାନେ ୧୦୦ଟି ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ଦାୟିତ୍ୱ ନେବେ ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝର ଜିଲ୍ଲାର ଡିଏନ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି । ସେଠାରେ ୩ ବର୍ଷ ପଢିଥିଲେ ମୁଖ୍ୟ ଶାସନ ସଚିବ । ସେହିପରି ମୁଖ୍ୟମନ୍ତ୍ରୀ ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଢେଙ୍କାନାଳ ଜିଲ୍ଲାର ବି.ବି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ।ଶକ୍ତିସଚିବ ଏନ.ଧଳ ମଧ୍ୟ ଯାଜପୁର ଜିଲ୍ଲାର ସହିୟପୁରରେ ଥିବା ବିଏସ ହାଇସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରିବୋ ସେହିପରି ଗଜପତି ଜିଲ୍ଲାର ଏମ.ଆର. ବାଳକ ଓ ବାଳିକା ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ।ବିଭିନ୍ନ ସ୍କୁଲ୍ ପୋଷ୍ୟ ଭାବେ ଗହଣ କରି ଏହି ମହତ ଅଭିଯାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇଛନ୍ତି ।