THE BYAPINI

ଭାରତକୁ ଆସିବ ମଡର୍ଣ୍ଣା ଟିକା

Get real time updates directly on you device, subscribe now.

କୋଭିସିଲ୍ଡ, କୋଭାକ୍ସିନ୍, ସ୍ଫୁଟନିକ ଭି ପରେ ଏବେ ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା । ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି । ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି । ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଫାର୍ମା କମ୍ପାନି ସିପଲା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରୁ ଅନୁମତି ମାଗିଥିବା ବେଳେ ଆଜି ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି ।

କରୋନାର ଦ୍ୱିତୀୟ ଲହର ମଧ୍ୟରେ ଟିକାକରଣକୁ ନେଇ ଏକ ଖୁସିଖବର ଆସିଛି । ଦେଶକୁ ଖୁବ୍ଶିଘ୍ର ଅନ୍ୟ ଏକ ଭ୍ୟାକ୍ସିନ୍ ମିଳିବାକୁ ଯାଉଛି । ମଡର୍ଣ୍ଣା କୋଭିଡ୍-୧୯ ଭ୍ୟାକ୍ସିନ୍କୁ ମଞ୍ଜୁରୀ ପ୍ରଦାନ କରିଛି ଡିସିଜିଆଇ ।ସିପ୍ଲା କମ୍ପାନୀ ପକ୍ଷରୁ ସୋମବାର ଓୌଷଧ ମହାନିୟନ୍ତ୍ରକଙ୍କୁ ଏକ ଆବେଦନ କରିଥିଲେ । ଏଥିରେ ସେ ମଡର୍ଣ୍ଣା ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ । ପୂର୍ବରୁ ଏପ୍ରିଲ୍ ୧୫ ଏବଂ ୧ ଜୁନ୍ରେ ଡିସିଜିଆଇ ଏନେଇ ଏକ ନୋଟିସ୍ ଦେଇଥିଲେ ।ମଡର୍ଣ୍ଣା କମ୍ପାନି ପୂର୍ବରୁ ଘୋଷଣା କରି କହିଥିଲା ଯେ, ଡାଟା ସେଫ୍ଟି ମନିଟରିଂ ବୋର୍ଡର ତତ୍ୱାବଧାନରେ କରାଯାଇଥିବା ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷଣରେ ସଫଳତାର ହାର ଆସିଛି ୯୪. ୫ ପ୍ରତିଶତ । ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ ଅଫିସର ଷ୍ଟିଫେନ୍ ବାନସେଲ୍ କହିଛନ୍ତି, ଏହି ଭ୍ୟାକ୍ସିନ୍ କୋଭିଡ-୧୯ ମହାମାରୀରୁ ରକ୍ଷା କରି ପାରିବ । କେବଳ ଆମେରିକାରେ କମ୍ପାନି ପକ୍ଷରୁ ୩୦ ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା ।କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନିରେ ୧ ବିଲିୟନ ଡଲାର ଅଥାତ୍ ସାଢେ ୭ ହଜାର କୋଟି ଟଙ୍କା ଗବେଷଣାରେ ଲଗାଇଥିଲେ । ଏହାଛଡା ୧୦ କୋଟି ଟିକା ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି ଆମେରିକା ସରକାର ।

Get real time updates directly on you device, subscribe now.

Leave A Reply

Your email address will not be published.