THE BYAPINI

ଜାମ୍ମୁ କାଶ୍ମୀରକୁ ମୋଦୀଙ୍କ ବଡ଼ ଭେଟି

Get real time updates directly on you device, subscribe now.

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୋଦୀ ଜାମ୍ମୁ କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର ୩୦ ହଜାରରୁ ଅଧିକ ପଂଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ଉଦବୋଧନ ଦେଇଛନ୍ତି ।
ଜାମ୍ମୁ ଗସ୍ତ ଅବସରରେ ମୋଦୀ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫୦୦ କିଲୋୱାଟରେ ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଦେଶରେ ପ୍ରଥମ କାର୍ବନ୍ ନ୍ୟୁଟ୍ରାଲ ପଞ୍ଚାୟତ ହେବ । ଏହା ସହ ପ୍ରଧାନମନ୍ତ୍ରୀ ବନିହାଲ କାଜିଗଣ୍ଡ ରାସ୍ତା ସୁଡଙ୍ଗର ଉଦଘାଟନ ମଧ୍ୟ କରିଛନ୍ତି । ୮ ଦଶମିକ ୪୫ କିଲୋମିଟର ଲମ୍ବର ଏହି ସୁଡଙ୍ଗ ରାସ୍ତା ବନିହାଲ ଏବଂ କାଜିଗଣ୍ଡ ମଧ୍ୟରେ ରାସ୍ତା ଦୂରତା ୧୬ କିଲୋମିଟର କମିବ । ଏହା ସହ ଯାତ୍ରା ସମୟ ମଧ୍ୟ ପ୍ରାୟ ଦେଢ ଘଣ୍ଟା ହ୍ରାସ ପାଇବ । ଦେଶର ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟମାନେ ଭର୍ଚୁଆଲରେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.