THE BYAPINI

ପୁଣି ମିିଳିବ ମାଗଣା ରାସନ

Get real time updates directly on you device, subscribe now.

ମହାମାରୀ ମାଡିଚାଲିଥିବା ବେଳେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ହାହାକାର ପରିସ୍ଥିତି ସୃଷି ହୋଇଛି । ଏପରି ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ମିଳିବ ମାଗଣା ରାସନ । ଆସନ୍ତା ଦୁଇ ମାସ ମେ ଓ ଜୁନ ପାଇଁ କେନ୍ଦ୍ର ସରକାର ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ପୂର୍ବ ବର୍ଷ ବି ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇଥିଲେ କେନ୍ଦ୍ର ସରକାର । ତିନିମାସ (ଏପ୍ରିଲରୁ ଜୁନ୍‌) ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗା ଯାଉଥିଲା। ପରେ ଏହି ଯୋଜନାକୁ ନଭେମ୍ବର ମାସ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ବି କରୋନା କାଳରେ ମେ ଓ ଜୁନ୍‌ ମାସରେ ଦେଶର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ କେନ୍ଦ୍ର ସରକାର ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। କରୋନା ସଂକ୍ରମଣ ବେଳେ ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଛି ସେହି ସମୟରେ ଗରିବଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ସହାୟତା ଜରୁରୀ। ତେଣୁ ଖାଦ୍ୟାଭାବ ଦୂର କରିବାକୁ ମୋଦି ସରକାର ଏପରି ପଦକ୍ଷେପ ନେଇଛନ୍ତି।

କୋଭିଡ-୧୯ ର ତାଜା ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭର୍ଚୁଆଲ ବୈଠକ କରି ରାଜ୍ୟ ମାନଙ୍କର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ କି କରୋନାର ପ୍ରଥମ ଲହର ବେଳେ ସଂଯୁକ୍ତ ପ୍ରୟାସ ଓ ସଂଯୁକ୍ତ ରଣନୀତି ମାଧ୍ୟମରେ ସଫଳତା ମିଳିଥିଲା । ଏଥର ବି ସେହି ସିଦ୍ଧାନ୍ତରେ କାମକଲେ ଏଥର ବି କରୋନା ବିରୋଧରେ ମୁକାବିଲା କରାଯାଇପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.