THE BYAPINI

ୟୁକ୍ରେନ ଉପରେ ଋଷର ଆକ୍ରମଣ

Get real time updates directly on you device, subscribe now.

ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ । ଅନ୍ୟପଟେ ଋଷକୁ କଡା ଜବାବ ଦେବାକୁ ବାହାରିଛି ୟୁକ୍ରେନ । ୟୁକ୍ରେନ ଆକାଶରେ ଦେଖିବାକୁ ମିଳିଛି ଫାଇଟର ଜେଟ୍ । ଏହାସହ ସହାୟତା ପାଇଁ ତୁର୍କୀ ସାହାଯ୍ୟ ଲୋଡିଲେ ୟୁକ୍ରେନ ରାଷ୍ଟ୍ରପତି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ଘୋଷଣାର କିଛି ମିନିଟ୍‌ ପରେ ଉଭୟ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି।
ଖାରକିଭ୍‌ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.