THE BYAPINI

ସହିପାରୁନାହାନ୍ତି କି ସାଂସଦ?

Get real time updates directly on you device, subscribe now.

ରାଜ୍ୟ ସରକାରଙ୍କ ଉନ୍ନତିକରଣ କାମକୁ ସହିପାରୁନାହାନ୍ତି କି ଭୁବନେଶ୍ୱର ସାଂସଦ ? ଆଜ୍ଞା ହଁ । ଏଥିପାଇଁ ଏହି ପ୍ରଶ୍ନ ଉଠୁଛି ଯେ, ଏକାମ୍ର କ୍ଷେତ୍ର ଐତିହ୍ୟ କରିଡ଼ରକୁ ନେଇ ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଚାରିପଟ ଉନ୍ନତିକରଣ ପ୍ରସଙ୍ଗରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁରୀ ଯାଇ ଶ୍ରୀମନ୍ଦିର ଚର୍ତୁପାଶ୍ୱରେ ହେଉଥିବା ବିକାଶ କାମକୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ । କହିଛନ୍ତି ବିକାଶର କାମ ହେଉ, କିନ୍ତୁ ବେଆଇନ ଭାବରେ ନୁହେଁ ।

ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଚାରିପଟେ ହେଉଥିବା ଉନ୍ନତିକରଣ କାମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମନ୍ଦିର ଚର୍ତୁପାଶ୍ୱରେ ଚାଲିଥିବା ବିକାଶ କାମ ପାଇଁ ଏନଏମଏ ଓ ଏଏସଆଇର ଅନମତି କାହିଁକି ନିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଐତିହ୍ୟ କରିଡ଼ର ନିର୍ମାଣ ସଂପର୍କରେ ଅଭିଜ୍ଞତା ନଥିବା ଏକ ଠିକା ସଂସ୍ଥାକୁ କାମ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଠିକା ସଂସ୍ଥା ‘ଭୂମିପୁତ୍ର’ର କୌଣସି ଅଭିଜ୍ଞତା ନାହିଁ ।

ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ବିକାଶ ନାଁରେ ଶ୍ରୀମନ୍ଦିରର ୭୫ ମିଟର ଭିତରେ ବିଭିନ୍ନ ପ୍ରକାରର ଐତିହ୍ୟ କୀର୍ତିରାଜିକୁ ଭାଙ୍ଗିଦିଆଗଲା । ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀର ପ୍ରତ୍ୟେକ ବହି, ତାଛଡା ଦକ୍ଷିଣ ପାଶ୍ୱର୍ ମଠ, ଉତର ପାଶ୍ୱର୍ ମଠର ପ୍ରତ୍ୟେକ ଇଟା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସଂପତି , ଏହା ଜଣକର ନୁହେଁ ।

ଏହା ଛଡା ସାଂସଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସକରାତ୍ମକ ରାଜନୀତି କରୁଛୁ । ବିକାଶର ରାଜନୀତି କରୁଛୁ, ପ୍ରଗତିଶୀଳ ରାଜନୀତି କରୁଛୁ । ସମସ୍ତେ ବିକାଶ ଚାହୁଁଛେ ହେଲେ କିନ୍ତୁ ଆଇନ ବିରୋଧରେ କାମ କରାନଯାଉ । ଐତିହ୍ୟ ଓ ସଂସ୍କୃତି ଉପରେ ଏଭଳି ଆକ୍ରମଣ କରାନଯାଉ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

ବଡ଼କଥା ହେଉଛି, କିଛି ଦିନ ତଳେ ଶ୍ରୀମନ୍ଦିରରୁ ଜାତୀୟ କୀର୍ତିରାଜି କତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲକୁ ବିରୋଧ ହେବା ପରେ ଏହାକୁ ହଟାଇଦିଆଯାଇଛି । ଓଡିଶା ସରକାର ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ବିକାଶ କାମକୁ ଏହା ପ୍ରଭାବିତ କରିବ ବୋଲିି ବିରୋଧ କରାଯାଇଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରସ୍ତାବିତ ବାଇ-ଲକୁ ହଟାଇଦେଇଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ କାମକୁ ବେଆଇନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

Get real time updates directly on you device, subscribe now.

Leave A Reply

Your email address will not be published.