THE BYAPINI

ପୁରା ପରିବାରକୁ ମାରିଦେଲା ଭାଇ

Get real time updates directly on you device, subscribe now.

କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ  ବିଭତ୍ସ ହତ୍ୟାକାଣ୍ଡା । ବଡ ଭାଇର ପୁରା ପରିବାରକୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା, ଦୁଇ ପୁଅ ଏବଂ ଜଣେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ନିଜେ ଅଭିଯୁକ୍ତ ଏକ ଭିଡିଓ କରି ହତ୍ୟା କରିଥିବା କହିଛି । ଏଥିସହ ଭିଡିଓକୁ ଗାଁର ଅନ୍ୟମାନଙ୍କ ପାଖକୁ ପଠାଇବା ସହ ନିକଟସ୍ଥ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ ।

ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ କୁସୁପୁର ଗାଁର ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ଲାଗିରହିଥିଲା । ଯାହାର ପରିଣତି ଏବେ ହଣାକଟାରେ ସରିଛି । ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଛି ସାନ ଭାଇ ।

ହତ୍ୟା ପରେ ଘର ଭିତରେ ପଡ଼ି ରହିଛି ମୃତଦେହ । ଏହି ଘଟଣା ପରେ ପୋଲିସ ଉକ୍ତ ଘରକୁ ଜଗି ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଘରର କବାଟ ଖୋଲାଯିବ ।  ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.