ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟା । ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଛୋଟ ପିଲା ଗୁରୁତର ହୋଇଛନ୍ତି ।
ମୃତକ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ସେ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ ।
ଘଟଣା ସ୍ଥଳରେ ପୋଲିସର ତନାଘନା ଜାରି । ଗୁରୁତର ମାଆଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁ ଜଣକ ପୂରା ସୁସ୍ଥ ଅଛି । ଏବଂ ତାଙ୍କୁ ଚାଇଲ୍ଡ ହେଲ୍ପ ଲାଇନ୍କୁ ହସ୍ତାନ୍ତର କରାଯାଇଛି ।