ଆଉ ନାହାନ୍ତି ଅମରେନ୍ଦ୍ର ମହାନ୍ତି
ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ଆରପାରିରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ୬୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସଂଗୀତ ଜଗତର ବାଦଶାହା ଅମରେନ୍ଦ୍ର ମହାନ୍ତିଙ୍କର ଦେହାନ୍ତ ହୋଇଛି । ଅମରେନ୍ଦ୍ରଙ୍କ ଦେହାନ୍ତରେ ସଂଗୀତ ଜଗତର ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ଜଣେ ଭଲ ଗାୟକ ଓ ଲେଖକ ମଧ୍ୟ ଥିଲେ ଅମରେନ୍ଦ୍ର ମହାନ୍ତି । ସୁନା ପଂଜୁରୀ ଫିଲ୍ମର ‘ପୁଚୁକି ଗାଲି’ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇ ଘରେ ଘରେ ପରିଚିତ ଥିଲେ ଅମରେନ୍ଦ୍ର ମହାନ୍ତି । ଅକ୍ଷୟ ମହାନ୍ତିଙ୍କଠାରୁ ଆରମ୍ଭ କରି ଅନେକଙ୍କ ସହ ସେ କାମ କରିଛନ୍ତି । ୬ ଫେବ୍ରୁଆରୀ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ସେ । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ।
ବହୁ ଭଜନ ଓ ହିଟ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର । ତାଙ୍କ ଏପରି ଅକଳା ବିୟୋଗରେ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନେ କରାଯାଉଛି । ସେ କିଛି ତଳେ କରୋନାରେ ଆକ୍ରାନ୍ତରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଜାରି ରହିଥିଲେ ।