THE BYAPINI

ମହାପ୍ରଭୁଙ୍କ ନବଯୌବନ ଦର୍ଶନ

Get real time updates directly on you device, subscribe now.

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । । ଅଣସର ଘର ଗୁପ୍ତ ସେବା ପାଇ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ଚଳିତ ବର୍ଷ ‌ନବଯୌବନ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ବି ସଅଳ ନୀତିକାନ୍ତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ କୋଭିଡ୍‌ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି ।

ଗୁରୁବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଖଡ଼ି ଲାଗି ପରେ ଠାକୁରଙ୍କ ଶ୍ରୀମୁଖରେ ରେଖା ଅଙ୍କନ କରାଯାଇଥିଲା । ପ୍ରଭୁଙ୍କୁ ଖଡି ଲାଗି ଗୋପନ ସେବାରେ ଧଳା ରଙ୍ଗରେ କର୍ପୂର, କସ୍ତୁରୀ, ଚନ୍ଦନ ଆଦି ସାମଗ୍ରୀରେ ପ୍ରସ୍ତୁତି ସ୍ୱତନ୍ତ୍ର ଆବରଣର ପ୍ରଲେପ ଦେଇଥିଲେ । ଖଡ଼ି ଲାଗି ସେବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ସ୍ୱରୂପ ଫେରିଥିବା ନେଇ ଗଜପତି ମହାରାଜାଙ୍କୁ ଭେଟିଥିଲେ । ଏହି ବିଧିକୁ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେର ନାମକରଣ କରାଯାଇଛି । ପଟିଦିଅଁଙ୍କ ବାହୁଡ଼ା ବିଜେ ସରିବା ପରେ ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ କରାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.