ଖୁସି ଖବର: କନ୍ଧମାଳରୁ କରୋନା ଗାଏବ
କରୋନା କାଳରେ ଓଡିଶା ପାଇଁ ପୁଣି ଖୁସି ଖବର । ଏଥର ଗ୍ରୀନ ଜୋନ ଖବର ନୁହେଁ ବରଂ ଗୋଟିଏ ଜିଲ୍ଲାରେ କରୋନା କମିଯାଇଛି । ଅନେକ ଦିନର ଲଢେଇ, ସଙ୍ଘର୍ଷ ପରେ ରାଜ୍ୟର ୨ ଜିଲ୍ଲା କରୋନାମୁକ୍ତ ହୋଇଛି । ଅର୍ଥାତ ଉକ୍ତ ଦୁଇ ଜିଲ୍ଲାରେ ଆଦୌ କରୋନା ପଜିଟିଭ ନାହାନ୍ତି । ଉଭୟ ଜିଲ୍ଲାରେ ସଂକ୍ରମଣ ଶୂନ୍ୟ । ପୂର୍ବରୁ ନବରଙ୍ଗପୁର ଥିବା ବେଳେ ଏବେ କନ୍ଧମାଳ କରୋନା ଫ୍ରି ଜିଲ୍ଲା ପାଲଟିଛି ।
ନବରଙ୍ଗପୁରରୁ ଏବେ ସୁଦ୍ଧା ମୋଟ ୫୮୨୫ ଜଣ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ କୋଭିଡ ମୃତ୍ୟୁ ୧୪ ଥିବାବେଳେ ଅଣ କୋଭିଡ୍ ମୃତ୍ୟୁ ୨ ଅଛି । ଖୁସିର କଥା ଏବେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାରୁ ଏବେ ସୁଦ୍ଧା ୫୯୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫୯୧୧ ଜଣ ସୁସ୍ଥ ହୋଇସାରିଲେଣି । ଜିଲ୍ଲାରେ ଏବେ କୌଣସି ସକ୍ରିୟ ସଂକ୍ରମିତ ନଥିବା ରାଜ୍ୟ ସରକାରଙ୍କ ତରଫରୁ କୋଭିଡ୍ ଡ୍ୟାସବୋର୍ଡରେ ଉଲ୍ଲେଖ କରାଯାଇଛି । ଯାହା ଦୁଇ ଜିଲ୍ଲାର ଲୋକଙ୍କୁ ଆଶ୍ୱସ୍ତ କରିଛି ।