THE BYAPINI

ବଡ଼ଦେଉଳ: ବାଇ-ଲ ବିବାଦ

Get real time updates directly on you device, subscribe now.

ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ବାଇ ଲ’କୁ ନେଇ ଏବେ ବିବାଦ ଜୋର ଧରିଥିବା ବେଳେ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଘଗଇ ସଦସ୍ୟ ସଚିବଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏହି ଅଧିନିୟମ କାର୍ୟ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ। ଶ୍ରୀଜଗନ୍ନାଥ ଓଡ଼ିଆ ଏବଂ ଭାରତ ତଥା ସମଗ୍ର ବିଶ୍ୱର କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ହୋଇଥିବାରୁ ସେମାନଙ୍କର ବିଶ୍ୱାସ, ଧର୍ମଧାରା ଓ ଅଧ୍ୟାତ୍ମିକତାରେ କର୍ତ୍ତୃପକ୍ଷମାନେ ହସ୍ତକ୍ଷେପ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କ୍ରିଷନ କୁମାର ଚିଠିରେ ଦର୍ଶାଇଛନ୍ତି ।

ପୁରୀ ମନ୍ଦିରକୁ ନେଇ ଜାତୀୟ ସ୍ମାରକ ପ୍ରାଧିକରଣ ବାଇ-ଲ ଜାରି କରିବା ପରେ ପୁରୀ ସାଂସଦ ପିନାକୀ ମିଶ୍ର ଏନେଇ ଟୁଇଟ କରିଛନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଅପମାନଜନକ । ଜୀବନ୍ତ ଠାକୁରଙ୍କ ମନ୍ଦିରକୁ ମୌସଲିୟମ ଶ୍ରେଣୀଭୁକ୍ତ କେନ୍ଦ୍ର କରିଛି ବୋଲି ସାଂସଦ ଟୁଇଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି , ଏହି ଗାଇଡ଼ ଲାଇନ ପୁରୀ ପାଇଁ ଲାଗୁ ହେବା ଠିକ ନୁହେଁ। ଜଗନ୍ନାଥ ମନ୍ଦିରକୁ ଭାରତ ବର୍ଷର ଅଲଗା ମନ୍ଦିର ସହିତ ତୁଳନା କରବା ଠିକ ନୁହଁ। ଏହି ଯେଉଁ ଗାଇଡ଼ ଲାଇନ ଆସିଛି ଏହାକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ । ସେପଟେ ଜାତୀୟ ସ୍ମାରକ ପ୍ରାଧିକରଣ(ଘଗଇ)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ କରି ଲେଖିଛନ୍ତି, ଏହି ବାଇ-ଲ ଅନେକ କଟକଣା ଲାଗୁ କରୁଛି । ମନ୍ଦିରର ବିକାଶ ଓସ୍ଥାନୀୟ ଲୋକଙ୍କ ଭାବାବେଗକୁ ଆଘାତ ଦେଲା ପରି କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶ୍ୱସନା ଦେଇଛନ୍ତି ।

ଜାତୀୟ କୀର୍ତ୍ତିରାଜୀ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ- ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ କୁହାଯାଇଛି ଯେ, ମନ୍ଦିର ଚାରିପଟେ ୩୦୦ ମିଟର ଅଂଚଳ ପାଇଁ କଟକଣା ଜାରି ହେବ । ପ୍ରଥମ ୧୦୦ ମିଟର ପୁରା ନିଷିଦ୍ଧାଂଚଳ ଭାବେ ଘୋଷଣା ହେବ । ଏହି ଅଂଚଳରେ କୌଣସି ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଦିଆଯିବନି ଅନୁମତି । ତେଣୁ ଏହି ବାଇ-ଲ କାର୍ୟ୍ୟକାରୀ ହେଲେ ଶ୍ରୀମନ୍ଦିରର ଐତିହ୍ୟ ବିକାଶ ଧାରା ପ୍ରାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.