ତିର୍ତ୍ତୋଲ ପାଇଁ ନବୀନଙ୍କ ଭର୍ଚୁଆଲ ପ୍ରଚାର: ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କହିଲେ, କରୋନା କମିଲେ ଯିବେ ତିର୍ତ୍ତୋଲ।
ତିର୍ତ୍ତୋଲରେ ଭର୍ଚୁଆଲ ପ୍ରଚାର କରି ନବୀନ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ । କହିଥିଲେ, ତିର୍ତ୍ତୋଲର ବିକାଶ ପାଇଁ ସେମାନେ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ ଗତବର୍ଷ ଆପଣମାନେ ବିଷ୍ଣୁବାବୁଙ୍କୁ ବହୁ ଭୋଟରେ ଜିତାଇଥିଲେ। ଦୁଃଖର କଥା ସେ ଆଜି ଆମ ଭିତରେ ନାହାନ୍ତି। ତିର୍ତ୍ତୋଲର ବିକାଶ କାମ ନେଇ ସେ ବହୁବାର ମୋତେ ଭେଟୁଥିଲେ। ଆପଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ମୋତେ ବହୁବାର ଭେଟୁଥିଲେ। ଆପଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ବି ଦେଉଥିଲେ।’’
ନବୀନ କହିଥିଲେ ଯେ ତିର୍ତ୍ତୋଲବାସୀ ବିଜୁ ପରିବାର ସହିତ, ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଭିନ୍ନ ନିର୍ବାଚନରେ ସରକାରର ବିକାଶ କାମକୁ ଦୃଢ ସମର୍ଥନ ଦେଇ ଆସିଛନ୍ତି। ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, କରୋନା କମିଲେ ସେ ତିର୍ତ୍ତୋଲ ନିଶ୍ଚୟ ଯିବେ । ଏବେ ଯିବା ଠିକ ହେବ ନାହିଁ । ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଭିଡିଓ କନଫରେନ୍ସିଂ ଜରିଆରେ ଭେଟିବାକୁ ସ୍ଥିର କଲେ ବୋଲି କହିଛନ୍ତି । କୋଭିଡ କମିବା ପରେ ସେ ତିର୍ତ୍ତୋଲ ଯିବେ ଓ ବିକାଶ କାମ ବୁଲି ଦେଖିବେ ବୋଲି କହିଛନ୍ତି ।