THE BYAPINI

ଥରକେ ୮୦ ଲକ୍ଷର ଭୋଟ ବ୍ୟାଙ୍କକୁ ଆଖେଇଲେ ନବୀନ !

Get real time updates directly on you device, subscribe now.

ପ୍ରତିଷ୍ଠା ଦିବସରେ ନବୀନ ମହିଳା ଭୋଟ ବ୍ୟାଙ୍କକୁ ଏକାଠି ରଖିବାକୁ ଉଦ୍ୟମ କରିଛନ୍ତି । ମିଶନ ଶକ୍ତି, ମମତା ଯୋଜନା ଭଳି ଏକାଧିକ ରାସ୍ତା ଆପଣାଇ ମହିଳା ଭୋଟରଙ୍କ ମନ ଜିଣିଥିବା ବିଜେଡି ସୁପ୍ରିମୋ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା ପୁଣି ଉଠାଇ ଜାତୀୟ ରାଜନୈତିକ ଦଳଙ୍କ ପାଇଁ ଆହ୍ୱାନ ତିଆରି କରିଛନ୍ତି । ୨୦୧୯ ନିର୍ବାଚନ ଅଗରୁ ରାଜ୍ୟ ବିଧାନସଭାରେ ଏନେଇ ଏକ ସଂକଳ୍ପ ପାରିତ ହୋଇଥିଲା । ଜାତୀୟ ଦଳ ଏବଂ ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ବିଜେଡି ନେତା ଭେଟି ଆଲୋଚନା କରିଥିଲେ, ସଂସଦରେ ଏହି ବିଲ ପାରିତ କରାଇବା ପାଇଁ ସମର୍ଥନ ଲୋଡିଥିଲେ । ହେଲେ ଏହା ଫଳପ୍ରଦ ହୋଇନଥିଲା । ଆଉ ଏବେ ଏହି ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, ଦାବି ପୂରଣ ନହେଲା ଯାଏଁ ବିଜେଡି ତାର ଉଦ୍ୟମ ଜାରି ରଖିବ ।

୨୦୧୯ରେ ବିଜେଡି ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇ ନିଜ କଥା ରଖିଥିଲା । ଯାହା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ନବୀନଙ୍କର ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ବି ହୋଇଥିଲା । ବିଜୁ ବାବୁଙ୍କ କଥାକୁ କାର୍ଯ୍ୟକାରୀ କରାଇଥିଲେ ନବୀନ । ବିଜୁ ବାବୁ କହିଥିଲେ, ନିଜ ପରିବାରକୁ ବେଶ ଭଲ ଭାବେ ଚଳାଉଥିବା ମହିଳା ଦେଶକୁ ମଧ୍ୟ ବେଶ ଭଲ ଭାବରେ ଚଳାଇପାରିବେ । ନବୀନଙ୍କ ୨୦୧୯ର ନିଷ୍ପତ୍ତି ପୁରା ମହିଳା ଭୋଟବ୍ୟାଙ୍କକୁ ଏକାଠି ରଖୀବାରେ ସକ୍ଷମ ହୋଇଥିଲା । ପଂଚମ ଥର ପାଇଁ କ୍ଷମତାକୁ ଆସିବାରେ ଏହା ବେଶ ସହାୟକ ହୋଇଥିଲା । ବ୍ୟାପିନି ପ୍ରତିନିଧିଙ୍କ ସୂଚନା ଅନୁସାରେ, ମହିଳା ଭୋଟବ୍ୟାଙ୍କକୁ ଏକାଠି ରଖୀବାକୁ ସବୁଠାରୁ ବଡ ଉଦ୍ୟମ ଆରମ୍ଭ କରିଛନ୍ତି ନବୀନ ।

୨୦୨୪ ପାଇଁ ଯେତେବେଳେ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି ସେତେବେଳେ ପୁଣି ମହିଳାଙ୍କ କେନ୍ଦ୍ରବିନ୍ଦ୍ୁ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି, ନିର୍ବାଚନ ଆସିଲେ ଜାତୀୟ ରାଜନୈତିକ ଦଳଗୁଡିକ ସେମାନଙ୍କର ମାନିଫେଷ୍ଟୋରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ କଥା କହିଥାନ୍ତି, ଆଉ ନିର୍ବାଚନ ସରିଲେ ଭୁଲିଯାଆନ୍ତି । ଦେଶର ଅଧା ଅର୍ଥାତ୍ ମହିଳାଙ୍କ ସହ ଏଭଳି ପ୍ରତାରଣାକୁ ଗ୍ରହଣ କରାଯାଇପାରିବ ନାହିଁ, କିମ୍ବା ଏଭଳି ଲୋଭନୀୟ କଥା କହି ପରେ ଏହା ଭୁଲିଯିବାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ସୁଚାଇ ଦେଇଛନ୍ତି । ଉଭୟ ସଂସଦରେ ଏବଂ ବିଧାନସଭାରେ ବିଜେଡି ତାର ଲଢେଇ ଜାରି ରଖିବ, ଯେଉଁପର୍ଯ୍ୟନ୍ତ ମହିଳାଙ୍କ ସେମାନର ହକ୍ ମିଳିନାହିଁ ।

୧୯୯୨ରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ବିଜୁ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଅସନ ସଂରକ୍ଷଣ କରିଥିଲେ, ପରେ ନବୀନ ଏହାକୁ ୫୦ ପ୍ରତିଶତକୁ ବଢାଇ ଦେଇଥିଲେ । ଆଉ ଏବେ ବିଧାନସଭା ଏବଂ ଲୋକସଭା ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା ଉଠାଇ ନବୀନ ଦର୍ଶାଇଛନ୍ତି, ବିଜେଡି ଭିତରେ ମହିଳାଙ୍କ ଗୁରୁତ୍ୱ କେତେ ଉପରେ ରହିଛି । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ । ବିଜେଡି ଏବେ ମହିଳା ଶକ୍ତିକରଣ କଥା ଏବଂ ଆସନ ସଂରକ୍ଷଣ କଥା ଗାଁ ଗାଁରେ ମହିଳାଙ୍କ ବୁଝାଇବ । ତାଜ୍ୟରେ ଥିବା ୮୦ ଲକ୍ଷ ମହିଳାଙ୍କୁ ସେମାନଙ୍କର ହକ୍ ଦେବାକୁ ସଂଗ୍ରାମ ଜାରି ରହିବ । ଏହି ଗୋଟିଏ ଉକ୍ତିରେ ପୁରା ରାଜନୈତିକ ଅଧ୍ୟାୟ ରହିଛି । ଯେତେବେଳେ ଗୋଟିଏ ହିଁ ମୁଦ୍ଦାରେ ବିଜେଡି ୮୦ ଲକ୍ଷର ଏକ ଭୋଟ ବ୍ୟାଙ୍କରେ ନଜର ପକାଇଛି । ୨୦୨୪ରେ କ୍ଷମତାକୁ ଆସିବାକୁ ହେଲେ ବିଜେଡି ଜାଣିଛି ମହିଳାଙ୍କ ଭୋଟ କେତେ ଗୁରୁତ୍ୱପୁର୍ଣ୍ଣ ।

Get real time updates directly on you device, subscribe now.

Leave A Reply

Your email address will not be published.