ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତିଟି ଭୋଟ୍ ମୂଲ୍ୟବାନ
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ବୁଥ୍ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର ପଳାସପଲ୍ଲୀ ବୁଥର ୫୩ ନମ୍ବର ୱାର୍ଡରେ ମତଦାନ କରିବାକୁ ପହଞ୍ଚିଥିଲେ ନବୀନ । ଭୋଟ୍ ଦେବା ପରେ ଭୋଟିଂ କେନ୍ଦ୍ରରୁ ବାହାରି ହାତରେ ଲାଗିଥିବା କାଳିକୁ କ୍ୟାମେରା ଆଗରେ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ । ଯାହାକି ସସସ୍ତଙ୍କୁ ଭୋଟିଂ ପ୍ରକ୍ରିୟାରେ ସାମିଲ ହେବାକୁ ବାର୍ତ୍ତା ଦେଉଥିବା ବାରି ହୋଇ ପଡୁଛି ।
ପୌର ନିର୍ବାଚନରେ ଭୋଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଟ୍ୱିଟ୍ କରି କହିଲେ ପ୍ରତ୍ୟେକଟି ଭୋଟ୍ ମୂଲ୍ୟବାନ୍ । ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ।