THE BYAPINI

କେନ୍ଦ୍ରାପଡ଼ାକୁ ୧୫୮୧ କୋଟି ଟଙ୍କାର ଭେଟି

Get real time updates directly on you device, subscribe now.

ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କେନ୍ଦ୍ରାପଡ଼ା । ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩ ଲକ୍ଷ ପରିବାରର ମୋଟ ୧୧ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃ୍ତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳସେଚନ ଠାରୁ ଆରମ୍ଭ କରି ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ମେଗା ପାନୀୟ ଜଳ ପ୍ରକଳ୍ପ ବାବଦକୁ ୧୫୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭର୍ଚୁଆଲରେ ୪୮ଟି ପ୍ରକଳ୍ପର ଉଦଘାଟନ ଓ ୧୦୪ ପ୍ରକଳ୍ପର ଶିଳାନ୍ୟାସ ଶିଳାନ୍ୟାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ କମ୍ପାନୀ ସହ କଥା ହୋଇଛୁ । ଏହି ପ୍ରକଳ୍ପ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆଣିବ ବୋଲି ନବୀନ କହିଛନ୍ତି ।

ଏହାସହ ନବୀନ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଅଣାଯାଇଛି । ରାଜ୍ୟର ୯୬ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ । ଆଉ ଏହାଦ୍ୱାରା ସାଢେ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ । କୌଣସି ଲୋକ ଯେପରି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ନ ହେବେ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଡ ବଣ୍ଟାଯାଉଛି । ପ୍ରାୟ ୨୦୦ଟି ହସ୍ପିଟାଲରେ ଏହି କାର୍ଡ ଦେଖାଇ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଏହି କାର୍ଡରେ ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସୁବିଧା ଯୋଗାଇଦେବେ ସରକାର । ଏଭଳି ସୁବିଧା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.