THE BYAPINI

ମହାପ୍ରଭୁଙ୍କ ପାଇଁ ମହଯୋଜନା

Get real time updates directly on you device, subscribe now.

ଚମକିବ ଶ୍ରୀମନ୍ଦିର ପରିକ୍ରମା । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ଆଜି ପୁରୀରେ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏଥିପାଇଁ ୩ ଦିନ ଧରି ଚାଲିଛି ଯଜ୍ଞ । ଆଜି ପୂର୍ଣ୍ଣାହୂତି ହେବ । ଯଜ୍ଞରେ ଉପସ୍ଥିର ରହି ମୁଖ୍ୟମନ୍ତ୍ରୀ ଐତିହ୍ୟ କରିଡର କାମର ଶୁଭାରମ୍ଭ କରିବେ ।
ଦିନ ୧୦ଟା ୩୦ରେ ଶିଳାସ୍ଥାପନ କରାଯିବ । ଏହାପରେ ପୁଷ୍ପାଞ୍ଜଳି ଦିଆଯାଇ ପୂର୍ଣ୍ଣାହୂତି ଦିଆଯିବ । ଏହାପରେ ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦିନ ୧୦ଟାରୁ ୧୨ଟା ମଧ୍ୟରେ ଶିଳାନ୍ୟାସ ଉତ୍ସବ ହେବ । ମହାଯଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରୁ କେତେ ଉଠାଦୋକାନକୁ ଉଚ୍ଚେଦ କରାଯାଇଛି । ଦେକାନ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।
ପୁରୀ ଶଙ୍କରାଚାର୍ୟ୍ୟ, ଗଜପତି, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ପ୍ରାୟ ୭ଶହରୁ ଅଧିକ ଅତିଥି ଯୋଗଦେବେ । ଏହି ଐତିହ୍ୟ କରିଡର ପାଇଁ ଜମିଦେଇଥିବା ୧୩୧ଜଣଙ୍କ ସମେତ ୧୬ ମଠମହନ୍ତଙ୍କୁ ସମ୍ମାନିତ କରାଯିବ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର ।

Get real time updates directly on you device, subscribe now.

Leave A Reply

Your email address will not be published.