THE BYAPINI

ପରାଜୟ ପରେ ଇସ୍ତଫା ଦେଲେ ସିଦ୍ଧୁ

Get real time updates directly on you device, subscribe now.

ଇସ୍ତଫା ଦେଲେ ସିଦ୍ଧୁ । ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସିଦ୍ଧୁ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।
୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ । ୫ ରାଜ୍ୟ ଉତର ପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ସଭାପତିଙ୍କ ଇସ୍ତଫା ମାଗିଛନ୍ତି ସୋନିଆ । ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସର ନେତୃତ୍ୱ ନେଇଥିଲେ ନବଜୋତ ସିଂ ସିଦ୍ଧୁ ।

ଏହାକୁ ନେଇ ଦଳରେ ମଧ୍ୟ କନ୍ଦଳ ଦେଖାଦେଇଥିଲା । ହେଲେ ନିର୍ବାଚନରେ ସିଦ୍ଧୁଙ୍କ ନେତୃତ୍ୱରେ ଦଳ ବିପର୍ୟ୍ୟୟର ସାମ୍ନା କରିଛି । ୨୦୧୭ରେ କଂଗ୍ରେସ ପଂଜାବରେ ୭୭ଟି ଆସନ ବିଜୟୀ ହୋଇଥିବା ବେଳେ ଚଳିତଥର ଏହା ୧୮ଟି ଆସନକୁ ଖସି ଆସିଛି । ଗତ ରବିବାର ନିର୍ବାଚନ ପରାଜୟକୁ ନେଇ କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ସୋନିଆ ହିଁ ଦଳର ସଭାପତି ରହିବେ ବୋଲି ନିଷ୍ପତି ହୋଇଥିଲା । ବୈଠକର ଦୁଇ ଦିନ ପରେ ସୋନିଆ ୫ ରାଜ୍ୟର କଂଗ୍ରେସ ମୁଖିଆଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.