ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ
ପଞ୍ଜାବ କଂଗ୍ରେସରେ ପୁଣି ଫାଟ । ନବଜୋତ ସିଂହ ସିନ୍ଧୁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସିନ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱର ହ୍ରାସ ଆପୋଷ ବୁଝାମଣାରୁ ଆରମ୍ଭ ହୁଏ, ମୁଁ ପଞ୍ଜାବର ଭବିଷ୍ୟତ ବିଷୟରେ ଆପୋଷ ବୁଝାମଣା କରିପାରିବି ନାହିଁ । ସେଥିପାଇଁ ମୁଁ ତୁରନ୍ତ ପଞ୍ଜାବ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି ।
କିଛିଦିନ ହେବ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂଙ୍କ ଉପରେ ସନ୍ତୋଷ୍ଟ ନଥିଲେ । ଏହାକୁ ନେଇ ଦଳ ଭିତରେ ବାରମ୍ବାର କନ୍ଦଳ ଦେଖାଦେଇଥିଲା । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଅନେକ ଚେଷ୍ଟା କରିଥିଲେ ବି ତାହା ସମାଧାନ ହୋଇପାରି ନଥିଲା । ଅନ୍ୟପଟେ କ୍ୟାପଟେନଙ୍କ ଇସ୍ତଫା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତସିଂହ ଚନ୍ନୀଙ୍କୁ ନେଇ ଅଭିଯୋଗ କରିଥିଲେ ସିଦ୍ଧୁ । ଏସବୁ ଭିତରେ ପଞ୍ଜାବ ସରକାର ଗଠନ ହୋଇଥିଲା ।