THE BYAPINI

ଇତିହାସ ରଚିଲା ଭାରତ, ସ୍ୱର୍ଣ୍ଣ ଜିତିଲେ ନୀରଜ

Get real time updates directly on you device, subscribe now.

ଟୋକିଓରେ ଇତିହାସ ରଚିଲା ଭାରତ । ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା ।

ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ଟୋକିଓରେ ରୌପ୍ୟ କିମ୍ବା ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ନୀରଜ ପ୍ରଥମ ଖେଳାଳି ଭାବେ ଆଜି ଟୋକିଓରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।ଆଜି ଜାଭଲିନ୍ ଥ୍ରୋ ଫାଇନାଲରେ ମୋଟ ୧୨ ଜଣ ଆଥଲେଟ୍ ଭାଗ ନେଇଥିଲେ । ଯେଉଁଥିରେ ପ୍ରତି ଖେଳାଳିଙ୍କୁ ଏକାଧିକ ଥର ଥ୍ରୋ କରିବାକୁ ଦିଆଯାଇଥିଲା । ଭାରତୀୟ ଖେଳାଳି ନୀରଜ ଚୋପ୍ରା ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲେ ଆଉ ନିଜର ପ୍ରଥମ ପ୍ରୟାସରେ ସେ ୮୭.୦୩ ମିଟର ଥ୍ରୋ କରିଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ମଧ୍ୟ ସେ ୮୭.୫୮ ମିଟର ଥ୍ରୋ କରିଥିଲେ ଯାହା ଆଜି ତାଙ୍କୁ ମେଡାଲ ଜିତିବାରେ ବେଶ ସହାୟକ ହୋଇଥିଲା । ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.