THE BYAPINI

ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ.. ୨୦୨୨ରେ ଇସ୍ରୋ ପକ୍ଷରୁ ପ୍ରଥମ ମିଶନ ଲଂଚ

Get real time updates directly on you device, subscribe now.

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା, ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ । ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡ୍ରୁ ଭୋର ୫ଟା ୫୯ରେ ଉତକ୍ଷେପଣ କରାଯାଇଛି । ପିଏସଏଲଭି – ସି୫୨ ସଫଳତାର ସହ ନିଜ କକ୍ଷରେ ଅବସ୍ଥାପିତ ହୋଇଛି । ଏହା ସହ ଆଉ ଦୁଇଟି ଛୋଟ ଉପଗ୍ରହ ବି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଛି । ଇଓଏସ୍-୦୪ ରାଡାର ଇମେଜିଂ ସାଟେଲାଇଟ୍ ମଧ୍ୟ ପଠାଯାଇଛି ।

ଏହା ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଫଟୋ ଉଠାଇପାରିବ । ଏହାର ଓଜନ ୧୭ ଶହ ୧୦ ଗ୍ରାମ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଭୂମିର ଆଦ୍ରତା, ଜଳର ଅବସ୍ଥିତି, ଜଳବିଜ୍ଞାନ, ଜଙ୍ଗଲ ଓ ବନୀକରଣ, କୃଷି, ବନ୍ୟା ଆକଳନ ଆଦି କ୍ଷେତ୍ରରେ ଏହି ଫଟୋ ବେଶ୍ ଉପଯୋଗୀ ହୋଇପାରିବ । ଏହା ସହ ଆଉ ଏକ ଷ୍ଟୁଡେଂଟ ସାଟେଲାଇଟ୍ ମଧ୍ୟ ଉତକ୍ଷେପଣ କରାଯାଇଛି । ଏହାକୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ରେ ଏହା ହେଉଛି ପ୍ରଥମ ମିସନ୍ ଲଂଚ ।

Get real time updates directly on you device, subscribe now.

Leave A Reply

Your email address will not be published.