THE BYAPINI

ଲକଡାଉନ ସତ୍ୱେ ବି କମୁନି ସଂକ୍ରମଣ

Get real time updates directly on you device, subscribe now.

ମହାମାରୀ କରୋନା ଏବେ ଭୟକଂର ସ୍ଥିତିରେ । ଯିଏ ଅଙ୍ଗେ ନିଭଉଛି, ସେ ହିଁ ଜାଣିଛି କରୋନା କେତେ ମାରାତ୍ମକ । ଗତ ଦୁଇ ଦିନ ଅପେକ୍ଷା ରାଜ୍ୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ୫୦ ହଜାର ଉପରେ ଟେଷ୍ଟିଂ କରାଯାଇଥିବା ବେଳେ ଆଜି ୪୮ ହଜାର ୭୫୭ କରୋନା ନମୂନା ପରୀକ୍ଷା କରାଯାଇଥିଲା । ତେଣୁ ସେହି ଅନପାତରେ ସଂକ୍ରମଣ ସଂଖ୍ୟା ମଧ୍ୟ ସାମାନ୍ୟ କମିଥିବା ଅନୁମାନ କରାଯାଉଛି ।

ଗତ ୨୪ ଘଂଟାଂରେ ରାଜ୍ୟରେ ୧୦,୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସର୍ବାଧିକ ଆକ୍ରାନ୍ତ ଚିହ୍ଟ ହୋଇଛନ୍ତି ଖୋର୍ଦ୍ଧାରୁ । ହେଲେ ସୁନ୍ଦରଗଡରେ ୨ ହଜାର ଉପରେ ସଂକ୍ରମଣ ଗତକାଲି ଆଜି ହ୍ରାସ ପାଇ ହଜାରେ ତଳକୁ ଖସିଛି । ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ୧୫୬୪ ନୂଆ ପଜିଟିଭ୍ ମାମଲା ଆସିଛି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ ଜିଲ୍ଲାରେ ୯୪୩ ମାମଲା ଆସିଛି । ସେହିପରି କଟକରେ ଚିହ୍ନଟ ହୋଇଛନ୍ତି ୮୮୭ ମାମଲା ।ଠିକ୍ ସେହିପରି ଅନୁଗୁଳରୁ ୫୫୯, ବାଲେଶ୍ୱରରୁ ୩୦୧, ବରଗଡ଼ରୁ ୪୪୩, ବଲାଙ୍ଗୀରରୁ ୩୧୮ , ଭଦ୍ରକରୁ ୧୦୦, ଢେଙ୍କାନାଳରୁ ୧୪୬, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ନବରଙ୍ଗପୁରରୁ ୩୩୬, ପୁରୀରୁ ୪୩୪, ନୂଆପଡ଼ାରୁ ୩୨୪, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୭, ଗଜପତିରୁ ୧୦୧, ମାଲକାନଗିରିରୁ ୭୯ ଓ କନ୍ଧମାଳ ଜିଲ୍ଲାରୁ ୭୩, ସମ୍ବଲପୁରରୁ ୬୪୧ଓ ସୁବର୍ଣ୍ଣପୁରରୁ ୧୪୯, ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ ହୋଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣଙ୍କ ରାଜ୍ୟରେ କରୋନାରେ ଜନିତ ମୃତ୍ୟୁ ଘଟିଛି।ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦କୁ ବୃଦ୍ଧି ପାଇଛି । କରୋନା ଚେନ ବ୍ରେକ ପାଇଁ ସାରା ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । ତେବେ ଆଗାମୀ ଦିନରେ କରୋନା ସଂକ୍ରମଣ ରୋକିବା ଦିଗରେ ଳକଡାଉନ କେତେ ସଫଳ ହେଉଛି ତାହା ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.