ଭାଇରସ ବଢାଉଛି ଭୟ
ଦେଶରେ କରୋନା ସଂକ୍ରମଣ ଯେପରି ଭାବରେ ବଢିଚାଲିଛି ଆଗକୁ ଭୟଙ୍କର ସ୍ଥିତି ଉପୁଜିପାରେ । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ସଂଖ୍ୟା ଗତକାଲି ପ୍ରକାଶିତ ସଂକ୍ରମିତଙ୍କ ସଂଖ୍ୟାର ୧୩ ପ୍ରତିଶଷତ ବୃଦ୍ଧି ହୋଇଥିବା କୁହାଯାଇଛି ।
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ଯଦି ସଂକ୍ରମଣ ଏପରି ଭାବେ ବୃଦ୍ଧି ପାଏ ଆଗାମୀ ଦିନେ ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁପାରେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି। ସେହିପରିମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧୪୬୯୬ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୮୭୮୯୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
ମହାରାଷ୍ଟ୍ରରେ ସ୍ଥିତି ଅଧିକ ଖରାପ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଠି ଦିନକରେ ୪୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ରେକର୍ଡ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏଠି ଦୈନିକ ସଂକ୍ରମାଣ ୨ ହଜାର ଟପିଛି।