ବ୍ରିଟେନରୁ ବ୍ୟାପୁଛି ଭାରତକୁ!
ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଏବେ ଭାରତକୁ ବ୍ୟାପିଛି । କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରେ ୫ ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ୫ ଜଣ କରୋନା ପଜିଟିିଭ ଥିବା ଦିଲ୍ଲୀ ବିମାନ ବନ୍ଦରରେ ପରୀକ୍ଷା ବେଳେ ଜଣାପଡିଛି ।
ଭାରତକୁ ଘାରିଛି ଲଣ୍ଡନ ଭୟ । ସୋମବାର ରାତିରେ ବ୍ରିିଟେନରୁ କିଛି ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଆସି ଦିଲ୍ଲୀ ବିମାନବନ୍ଦରରେ ପହଚିଂଥିଲେ । ୨୬୬ ଜଣ ଆସିଥିବା ବେଳେ ସମସ୍ତଙ୍କର ଦିଲ୍ଲୀୁ ବିମାନବନ୍ଦରରେ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ଅଛନ୍ତି । କୋଭିଡ-୧୯ ନୋଡାଲ୍ ଅଧିକାରୀଙ୍କ ମୁତାବକ ସେମାନଙ୍କ ନମୁନା ଯାଞ୍ଚ ଲାଗି ନ୍ୟାସନାଲ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲଙ୍କୁ ପଠାଇ ଦିଆଯାଇଛି । ଯେଉଁଥିରୁ ଜଣାପଡିବ ଯେ ସମ୍ପୃକ୍ତ ୫ ଜଣଙ୍କ ମଧ୍ୟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ରହିଛି କି ନାହିଁ ।
ସାମ୍ନାକୁ ଆସିଥିବା କରୋନା ଭାଇରସ୍ର ନୂତନ ରୂପ ବହୁତ ବିପଦଜ୍ଜନକ ରହିଛି। ଏହାର ନୂତନ ରୂପ ପୂର୍ବ ଭାଇରସ୍ ତୂଳନାରେ ୭୦ ପ୍ରତିଶତରୁ ଅଧିକ ଗ୍ରୁତ ଗତିରେ ବ୍ୟାପିଥାଏ। ଏହି କାରଣରୁ ୟୁରୋପର ଅନେକ ଦେଶ ବ୍ରିଟେନ୍ ପାଇଁ ନିଜର ଦ୍ଵାର ବନ୍ଦ କରି ଦେଇଛନ୍ତି। ଭାରତ ମଧ୍ୟ ସୋମବାର ବ୍ରିଟେନ୍ରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛି। ଏହି କଟକଣା ଡିସେମ୍ବର ୩୧ ପର୍ୟ୍ୟନ୍ତ ଜାରି ରହିବ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପୂରା ସ୍ଥିତି ଉପରେ ନଜର ରଖିଛି। ଭାରତ ସରକାର ମଧ୍ୟ ଲଗାତାର ବୈଠକ କରି ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟେନ୍ରେ ଦେଖାଯାଇଥିବା କରୋନାର ନୂତନ ରୂପ ଏ ପର୍ୟ୍ୟନ୍ତ ଭାରତରେ ଦେଖିବାକୁ ମିଳିନାହିଁ।