THE BYAPINI

ସମ୍ବଲପୁରରେ ହେବ ନୂତନ କୋଭିଡ଼ ହସ୍ପିଟାଲ

Get real time updates directly on you device, subscribe now.

ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ ହସ୍ପିଟାଲ । ରାଜ୍ୟ ସରକାର ସମ୍ବଲପୁରରେ ଏକ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ । ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସ୍ଥିତି ଖରାପ ରହିଛି । ତେଣୁ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି ।

ନୂତନ କୋଭିଡ଼ ହସ୍ପିଟାଲରେ ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ । ଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡ଼ିସିଏଚରେ ୨୦ଟି ସାଧାରଣ ବେଡ଼, ୩୦ଟି ଆଇସିୟୁ ବେଡ଼ ନୂଆ ହେବ । ଅନୁଗୁଳ ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁ ୩୦ଟି ଆଇସିୟୁକୁ ବଢାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.