ଦେଶରେ ଦ୍ରୁତ ଗତିରେ ମାଡୁଛି ଓମିକ୍ରନ
ଦେଶରେ ମାଡିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଓମିକ୍ରନ ସଂକ୍ରମିତଙ୍କ ମାମଲା ସାମନାକୁ ଆସୁଛି । ଆଜି କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ଦେଶରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୫୮ରେ ପହଂଚିଛି ।
ମହାରାଷ୍ଟ୍ରରେ ଗତକାଲି ଆଉ ୬ଟି ନୂଆ ମାମଲା ଚିହ୍ନଟ ପରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀରେ ୨୨ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ୧୩, କେରଳରୁ ୧୧, ତେଲେଙ୍ଗାନାରୁ ୨୧ ମାମଲା ସାମ୍ନାକୁ ଆସିଛି । ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆଗକୁ ଓମିକ୍ରନ ଦେଶରେ ତୃତୀୟ ଲହର ଆଣିପାରେ । ତେଣୁ ଏନେଇ ସତର୍କ ରହିବା ଜରୁରୀ ଅଟେ । ସମସ୍ତଙ୍କୁ କରୋନା ଗାଇଡଲାଇନ ମାନିବା ଆବଶ୍ୟକ ।