କାର୍ତ୍ତିକରେ ହବିଷ୍ୟାଳିଙ୍କୁ ପୁରୀ ମନା
ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ । ଦଶହରା ପାଇଁ ୧୫ ତାରିଖରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବର ମାସର ପ୍ରତି ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦିନରେ କରୋନା ମହାମାରୀକୁ ନେଇ ଶ୍ରୀମନ୍ଦିର ବିଶୋଧନ କରାଯିବ । କୁମାର ପୁର୍ଣ୍ଣିମା ଅର୍ଥାତ୍ ୨୦ ତାରିଖ ବୁଧବାର ଦିନ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ଖୋଲା ରହିବ । ନଭେମ୍ବର ମାସ ୪ ତାରିଖରେ ପଡ଼ୁଥିବା ଦୀପାବଳୀ, ୧୫ରେ ବଡ଼ ଏକାଦଶୀ ଓ ୧୯ରେ କାର୍ତିକ ପୁର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିବ ।
କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ପୁରୀ ମନା। ପୂଣ୍ୟ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ମିଳିପାରିବ ନାହିଁ । କରୋନାର ଭୟାବହତାକୁ ଦୃଷ୍ଟିରେ ପୁରୀ ନଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରାଯାଇଛି । କୌଣସି ମଠ, ଲଜ୍ କିମ୍ବା ଧର୍ମଶାଳାରେ ହବିଷ୍ୟାଳିଙ୍କୁ ନରଖିବାକୁ ତାଗିଦ କରିଛନ୍ତି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ । ଘରେ ବ୍ରତ ପାଳନ କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।