ମିସଡ୍ କଲ କରନ୍ତୁ, ଗ୍ୟାସ୍ ବୁକିଂ କରନ୍ତୁ
ନୂଆବର୍ଷରୁ ନୂଆ ନିୟମ । ଏଣିକି ରାଜଧାନୀ ବାସୀଙ୍କୁ ମିଳିପାରିବ ନୂଆ ଗ୍ୟାସ ସଂଯୋଗ । ମିସଡ୍ କଲ କଲେ ହେବ ଏଲପିଜି ଗ୍ୟାସ ବୁକିଂ । ଗୋଟିଏ ମିସଡ କଲରେ ଲୋକେ ପାଇ ପାରିବେ ଗ୍ୟାସ ବୁକିଂ ସେବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ସୁବିଧା ଆରମ୍ଭ କରିଛନ୍ତି।
ନବବର୍ଷରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରେ ଏହାର ଶୁଭାରମ୍ଭ ହୋଇଛି । ସ୍ୱତନ୍ତ୍ର ଫୋନ ନମ୍ବର ୮୪୫୪୯୫୫୫୫୫ ରେ ମିସ୍ କଲ୍ କଲେ ରିଫିଲିଂ ସହିତ ବୁକିଂ ପାଇଁ ପଞ୍ଜୀକରଣ ହୋଇପାରିବ । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଭୁବନେଶ୍ୱର ସମେତ ଦେଶର ଆଉ ଅଧିକ ୭ଟି ସହରରେ ଅଧିକ ଗୁଣାବତ୍ତା ଯୁକ୍ତ ଢଚ-୧୦୦ ଇନ୍ଧନ ଶୁକ୍ରବାର ଠାରୁ ଉପଲବ୍ଧ ହୋଇଛି । ଏହା ସହିତ ଦେଶର ବହୁ ପୁରାତନ ଆସାମର ଦିଗଵୋଇ ରିଫାଇନାରୀରୁ ଢଚ-୧୦୦ ର ଦ୍ୱିତୀୟ ପର୍ୟ୍ୟାୟ ଫୁଏଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ ୬ ବର୍ଷରେ ଓଡ଼ିଶାରେ ଏଲପିଜି କନେକ୍ସନ ୨୨ ପ୍ରତିଶତରୁ ବଢି ଏବେ ୮୦ ପ୍ରତିଶତ ପହଞ୍ଚିଛି । ଏଥିରୁ ଅଧିକ ମହିଳାମାନେ ଲାଭବାନ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ପାଇଁ ଆହୁରି ସହଜ ମାଧ୍ୟମ ଆସିଯାଇଛି। ମିସଡ କଲରେ ଏଲିପିଜି ଗ୍ୟାସ୍ ରିଫିଲିଂ ବୁକିଂ ହୋଇପାରିବ। ଭୁବନେଶ୍ବର ସମେତ ଦେଶର ଆଉ ୭ଟି ସହରରେ ସୁବିଧା ଉପଲବ୍ଧ। ଗ୍ରାହକ ଏହି ନମ୍ବରରେ ମିସଡ କଲ ଦେବା ପରେ ସୁନିଶ୍ଚିତ ପାଇଁ ମୋବାଇଲକୁ ଏକ ମେସେଜ ଆସିବ। ଏହା ପରେ ଆପଣ ଜାଣିପାରିବେ ଯେ, ଗ୍ୟାସ ବୁକିଂ ସଫଳ ହୋଇଛି। ଏହି ସେବା ଆରମ୍ଭ ହେବା ଦ୍ବାରା ଗ୍ରାହକ ଅତି ସହଜରେ ଗ୍ୟାସ ବୁକିଂ କରିପାରିବେ।