THE BYAPINI

ନବୀନଙ୍କ ମହିଳା ବ୍ରିଗେଡ଼

Get real time updates directly on you device, subscribe now.

ବିଜୁ ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ନିଯୁକ୍ତି ଦେଇଛନ୍ତି ।ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ- ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ। ସେହିଭଳି କାର୍ୟ୍ୟକାରୀ ସଭାପତି ଭାବେ ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସାଧାରଣ ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ ମିଳିଛି ଦାୟିତ୍ୱ । ୭ଜଣଙ୍କୁ ଜୋନ ସଭାପତି ଭାବେ ନିଯୁକ୍ତି ମିଳିଛି ।

ଭୁବନେଶ୍ୱର ଜୋନ୍ ପାଇଁ ରଞ୍ଜୁଲତା ରାୟଙ୍କୁ ସଭାପତି କରାଯାଇଥିବା ବେଳେ ଶୁଭଶ୍ରୀ ଦାସଙ୍କୁ କଟକ, ବୀଣାପାଣି ସାହୁଙ୍କୁ ବାଲେଶ୍ୱର, ସବିତା ଆଚାର୍ୟ୍ୟଙ୍କୁ ସମ୍ବଲପୁର, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗିର, ମମତା ବିଷୋୟୀଙ୍କୁ ଗଞ୍ଜାମ ଓ ରୀତା ପାଣିଗ୍ରାହୀଙ୍କୁ କୋରାପୁଟ ଜୋନ୍ର ସଭାପତି କରାଯାଇଛି।ବରିଷ୍ଠ ଉପସଭାପତି ଭାବେ ୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ଜଣଙ୍କୁ ମିଳିଛି ଦାୟିତ୍ୱ । ଜେନେରାଲ ସେକ୍ରେଟାରୀ ଭାବେ ୩୫ଜଣଙ୍କୁ ନିଯୁକ୍ତି । ସମ୍ପାଦିକା ଭାବେ ୩୬ଜଣଙ୍କୁ ଦିଆଯାଇଛି ନିଯୁକ୍ତି । ଯୁଗ୍ମ ସମ୍ପାଦିକା ଭାବେ ୨୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ୬୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଗତକାଲି ବିଜେଡି ପକ୍ଷରୁ ୨୬ ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୁରୁ ଦାୟିତ୍ୱ ବାଂଟିଛନ୍ତି ନବୀନ ।

Get real time updates directly on you device, subscribe now.

Leave A Reply

Your email address will not be published.