THE BYAPINI

କରୋନା ରୋଗୀଙ୍କୁ କେମିତି ଦିଆଯିବ ନୂଆ ଔଷଧ?

Get real time updates directly on you device, subscribe now.

କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଆସିଲା ନୂଆ ଏସଓପି । କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ରୋଗୀଙ୍କୁ ମେଡିସିନ୍‌ ଦେବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଓ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ଏହି ଏସଓପି ଜାରି ହୋଇଛି । ନୂଆ ନିୟମ ଅନୁସାରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଇପାରିବ ନୂଆ ଔଷଧ । ଗୁରୁତର ରୋଗୀ କିମ୍ବା ଭେଂଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଏହିସବୁ ଔଷଧ ଦିଆଯାଇପାରିବ ।

କରୋନା ରୋଗୀଙ୍କୁ ଔଷଧ ଓ ଇଂଜେନକ୍ସନ ଦେବା ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ଔଷଧ ଦେବାକୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି କରାଯାଇଛି । ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ। କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଊଉଏଓ ଅନୁମତି ଦେଇଛନ୍ତି।

ମେଡିସିନ୍‌ ବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ପ୍ରୋଟୋକଲ୍‌ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ୍ ଜାରି ପରେ ନୂଆ ମେଡିସିନ୍‌ ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କର୍ପୋରେସନ, ସିଡିଏମ ଓ ପିଏଚଓକୁ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.