THE BYAPINI

ଏଣିକି ଜଣେ ନୁହେଁ ଦୁଇ ଜଣ ପିନ୍ଧିବେ ହେଲମେଟ୍‌

Get real time updates directly on you device, subscribe now.

ଦୁଇ ଚକିଆ ଗାଡି ଚଲାଉଥିବା ବ୍ୟକ୍ତି ସାବଧାନ । ଏଣିକି କେବଳ ବାଇକ ଚଲାଉଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଆଉ ପଛ ସିଟରେ ବସିଥିବା ବ୍ୟକ୍ତ ଯଦି ହେଲମେଟ ନପିନ୍ଧିଥାନ୍ତି,ତାହେଲେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ ହେବ । ରାଜ୍ୟ ପରିବହନ କତୃପକ୍ଷ ପକ୍ଷରୁ ଟୁଇଟ କରି ଏନେଇ ଚେତାବନୀ ଦିଆଯାଇଛି । ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୧ରୁ ରାଜ୍ୟରେ ବାଇକ୍ ପଛରେ ବସୁଥିବା ଆରୋହୀ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ତିନି ମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବାର ଥିଲା। ହେଲେ ଦେଶରେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା।

ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ଯେ, ଗତକାଲି ଓଲଟପୁର ଥାନା ଦ୍ଵାରା ମିଳିତ ଯାଞ୍ଚ ଅଭିଯାନ କରାଯାଇଥିଲା। ଏଥିରେ ବାଇକ୍ ପଛରେ ବସି ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିବା କାରଣରୁ ୯୨ ଜଣଙ୍କୁ ଜୋରିମାନା ଦେବାକୁ ପଡିଛି। ୪୨ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବା ସହ ଜୋରିମାନା ଭାବେ ୧,୩୪,୦୦୦ ଟଙ୍କା ଆଦାୟ କରାଯାଇଛି। ତେଣୁ ହେଲମେଟ୍ ପିନ୍ଧି ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ବୋଲି ଲୋକଙ୍କୁ ଅପିଲ୍ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.