ପୁଣେରେ କାଲିଠୁ ନାଇଟ କର୍ଫ୍ୟୁ
କରୋନା ସଂକ୍ରମଣ ଯେପରି ଭାବେ ବୃଦ୍ଧି ପାଉଛି ଆଗକୁ ସ୍ଥିତି ଭୟଙ୍କର ହୋଇପାରେ । ପୁଣେରେ ପୁଣି ଫେରିଲା ନାଇଟକର୍ଫ୍ୟୁ । ଆସନ୍ତାକାଲି ଠାରୁ ପୁଣେରେ ଲାଗୁ ହେବ ୧୨ ଘଣ୍ଟିଆ ନାଇଟକର୍ଫ୍ୟୁ । ଆସନ୍ତାକାଲି ଠାରୁ ୭ ଦିନ ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ରହିବ । ସନ୍ଧ୍ୟା ୬ରୁ ସକାଳ ୬ ପର୍ୟ୍ୟନ୍ତ ନାଇଟକର୍ଫ୍ୟୁ କଟକଣା ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି ।
ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍ ଓ ରେସ୍ତୋରାଁକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ସେହିପରି ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
ସେପଟେ ଆଜି ରାତି ୮ଟା ୩୦ରେ ସମ୍ବୋଧନ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି । ବିଶେଷ ଭାବେ କୁହାଯାଉଛି କି ପୁରା ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇପାରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୪୩,୧୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।