THE BYAPINI

ଋାଜଧାନୀକୁ ଫେରିଲା ନାଇଟ କର୍ଫ୍ୟୁ

Get real time updates directly on you device, subscribe now.

ଋାଜଧାନୀକୁ ପୁଣି ଫେରିଛି କର୍ଫ୍ୟୁ । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର।

ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା ।ଦିଲ୍ଲୀରେ ସ୍ଥିତି ଅସମ୍ଭାଳ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ଠାରୁ ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁକରାଯାଇଛି । ରାତି ୧୦ଟାରୁ ଭୋର ୫ ଯାଏଁ ଦିଲ୍ଲୀରେ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ ।ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସେହିପରି ଏହି ସମୟରେ ଅତ୍ୟନ୍ତ ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ଗତ ୩ ସପ୍ତାହ ହେଲା କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୪୮ ନୂଆ ମାମଲା ସାମ୍ନାକୁ ଆସିଛି । ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ଦିଲ୍ଲୀରେ ଦୁଇ ଦିନ ଧରି କରୋନା ପଜିଟିଭଙ୍କ ସଂଖ୍ୟା ୩୫୦୦ ଉପରେ ରହୁଥିବାରୁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଜ୍ଝ

Get real time updates directly on you device, subscribe now.

Leave A Reply

Your email address will not be published.