THE BYAPINI

ଫେରିଲା ଲକଡାଉନ, ନାଇଟ୍ କର୍ଫ୍ୟୁ

Get real time updates directly on you device, subscribe now.

ପୁଣି ଫେରିଲା ତାଲାବନ୍ଦ, ନାଇଟ କର୍ଫ୍ୟୁ । ମହାରାଷ୍ଟ୍ର ବର୍ତ୍ତମାନ ଦେଶର କରୋନା ହଟସ୍ପଟ୍ ପାଲଟିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି। ଗତକାଲି ନାଗପୁରରେ ମାର୍ଚ୍ଚ ୧୫ରୁ ୭ ଦିନିଆ ଲକଡାଉନ ଘୋଷଣା ପରେ ପୁଣେରେ ପୁଣି ଥରେ ରାତି ୧୧ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର।

ମହାମାରୀ କରୋନାକୁ‌ ଆୟତ୍ତ କରିବା ପାଇଁ ପୁଣେରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ନାଇଟ କର୍ଫ୍ୟୁ ପାଇଁ ହୋଟେଲ୍‌ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ। ଏହାସହ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ସହରର ସମସ୍ତ ସ୍କୁଲ୍‌, କଲେଜ୍‌ ବନ୍ଦ ରହିବ ବୋଲି ସୂଚନା ରହିଛି। ମଲ୍‌ ଓ ଥିଏଟର୍‌ ଆଦି ରାତି ୧୦ଟା ସୁଦ୍ଧା ବନ୍ଦ ହେବାକୁ ଥିବା ବେଳେ ପାର୍କଗୁଡ଼ିକ ସଂଧ୍ୟାରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।ସେହିପରି ଅକୋଲା ପ୍ରଶାସନ ଶୁକ୍ରବାର ସଂଧ୍ୟାରୁ ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛି। ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୮ଟା ପର୍ୟ୍ୟନ୍ତ ଅକୋଲାରେ ଲକ୍‌ଡାଉନ୍‌‌ ହେବ ।

ଗୁରୁବାର ଦିନ ମହାରାଷ୍ଟ୍ରରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ୨୦୨୧ ମସିହାର ରେକର୍ଡ ସୃଷ୍ଟି କରିଛି। ଏବେ ବି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ଦିନକୁ ଦନ ଆକ୍ରାନ୍ତ ସଂଖ୍ୟା ବଢ଼ି ବଢ଼ି ଚାଲୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.