THE BYAPINI

ବଢିଲା ସଂକ୍ରମଣ, ପୁଣି ଫେରିଲା କଟକଣା

Get real time updates directly on you device, subscribe now.

ସଂକ୍ରମଣ ଦେଖି କରୋନା କଟକଣା କଡାକଡି କଲେ ରାଜ୍ୟ ସରକାର । ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ ।
କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରବିହ । କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ୟ୍ୟକ୍ରମ କରାଯିବ ।
ସେପଟେ ସକାଳ ୫ଟା ରୁ ରାତ୍ରି ୯ଟା ପର୍ୟ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଲୋକରେ ସଂଖ୍ୟା ସିମୀତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ରହିଛି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ମିଳିଛି ଅନୁମତି । ଅନ୍ତେଷ୍ଟି କାର୍ୟ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସାମାଜିକ ଓ ଧାର୍ମିକ କାର୍ୟ୍ୟକ୍ରମ ଉପରେ କଟକଣା ଲଗାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ମକର ସଂକ୍ରାନ୍ତି କେବଳ ନୀତି ହେବ, ଗହଳି ହେବ ନାହିଁ । ସ୍ଥାନୀୟ ମୁରବୀ ମାନେ ପରିସ୍ଥିତି ଉପରେ ନଜର ରଖି ନିଷ୍ପତି ନେବେ । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ନନ୍ଦନକାନନ ଯିବା ପାଇଁ ହେଲେ ଅନ୍‌ଲାଇନ୍‌ ଟିକେଟ କାଟିବେ ପର୍ୟ୍ୟଟକ । ତେବେ କଟକଣାରେ ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ୫୦ ଜଣ ଲୋକଙ୍କୁ ନେଇ ସୁଟିଂ କରିପାରିବେ ।
ସେପଟେ ସାମାଜିକ କାର୍ୟ୍ୟକ୍ରମ, ଧାର୍ମିକ କାର୍ୟ୍ୟକ୍ରମ ଓ ସଭା ସସେହିପରି ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବ୍ୟବସାୟ କରିବେ । ଏବଂ ଅତିକ୍ରମରେ ଏହି ସମୟରେ ସଭିଙ୍କ ମଧ୍ୟରେ ଦୂରତା ୬ ଫୁଟ ରହିବାକୁ କହିଛନ୍ତି ପ୍ରଦୀପ ଜେନା । ପୂର୍ବରୁ ଯାତ୍ରା ପାଇଁ ସରକାର ଦୁଇ ହଜାର ଦର୍ଶକ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ତାହାକୁ ହ୍ରାସ ଘଟାଇ ଏକ ହଜାର ଲୋକରେ ରଖିଛନ୍ତି । ମିତି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.