THE BYAPINI

ଆଜି ରାତିରେ ନାଇଟ କର୍ଫ୍ୟୁ

Get real time updates directly on you device, subscribe now.

ନୁଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତ ଥିବା ବେଳେ ରାଜ୍ୟ ସରକାର ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ଏସଆରସି ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଅର୍ଥାତ୍ ଜିରୋ ନାଇଟ ସେଲିବ୍ରେସନ ଏବଂ ନୁଆବର୍ଷକୁ ସ୍ୱାଗତ କରିବାକୁ ଯେମିତି କେଉଁଠି ମଧ୍ୟ ଭିଡ ହେବନାହିଁ ତାକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏହି ଅବଧିରେ କେହି ଘରୁ ନବାହାରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ସମସ୍ତ ଅତ୍ୟବଶ୍ୟକୀୟ ସାମଗ୍ରୀ ଏବଂ ଏହାର ପରିବହନ ବାଧାପ୍ରାପ୍ତ ହେବନାହିଁ ବୋଲି ଟ୍ୱିଟ କରି ସୁଚନା ଦେଇଛନ୍ତି ପ୍ରଦୀପ ଜେନା ।

ପୂର୍ବରୁ ସାରା ରାଜ୍ୟରେ ୩୧ ତାରିଖ ଏବଂ ୧ ତାରିଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ହୋଟେଲ, କଲ୍ୟାଣମଣ୍ଡପ, ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ଗହଳି ଏଡାଇବା ଉପରେ ଜୋ ଦିଆଯାଇଥିଲା । ନୁଆବର୍ଷକୁ ସ୍ୱାଗତ କରିବାକୁ କୈାଣସି କାର୍ଯ୍ୟକ୍ରମ ଏବଂ ଜନସମାଗମ ଉପରେ ରୋକ ଲଗାଇଥିଲେ ସରକାର । ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନର କଥା ମଧ୍ୟ କୁହାଯାଇଥିଲା । ଆଉ ଏବେ ନାଇଟ କର୍ଫ୍ୟୁ ଲାଗୁ କରି ସରକାର ଲୋକଙ୍କ ଘରୁ ବାହାରିବା ଉପରେ ମଧ୍ୟ ରୋକ ଲଗାଇଛନ୍ତି ।

ଅନୁମାନ କରାଯାଉଛି, କିଛି ବ୍ରିଟେନ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହେବା ପରେ ସତର୍କତାମୁଳକ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ହେଲେ ବଡ ଧରଣର ଜନ ସମାଗମ ଉପରେ ରୋକ ଲାଗିବା ଜରୁରୀ । ତେଣୁ ଘରେ ରହି ସମସ୍ତେ ନୁଆବର୍ଷ ପାଳନ କରିବାକୁ ସରକାର ଏହି ନିଷ୍ପତ୍ତି ମାଧ୍ୟମରେ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.