THE BYAPINI

କଂଗ୍ରେସ ମୁଖିଆଙ୍କ ଉପରେ କିଏ କରିଛି ଆକ୍ରମଣ?

Get real time updates directly on you device, subscribe now.

କେନ୍ଦୁଝରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଘଟଣା ରାଜନୈତିକ ମହଲକୁ ସରଗରମ କରିଦେଇଛି । ଆକ୍ରମଣ ଘଟଣାରେ ପିସିସି ସଭାପତି ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣ ପଛରେ ବିଜେପି ଯୁବମୋର୍ଚ୍ଚାର ସଂପୃକ୍ତି ରହିଥିବା ସେ କହିଛନ୍ତି । ସେପଟେ କଂଗ୍ରେସର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଆଉ ଏସବୁ ଭିତରେ ଯୁବମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିବା କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି । ଥାନାରେ ସଞ୍ଜୟ ମହାନ୍ତିଙ୍କ ସହ ମୋଟ୍‌ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ କାହିଁକି? ଆକ୍ରମଣ ପଛର ଉଦେଶ୍ୟ କଣ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି । ପ୍ରଥମେ ଆକ୍ରମଣ ଘଟଣାରେ ରାଜନୈତିକ ସଂପୃକ୍ତି ନଥାଇ ପାରେ ବୋଲି ନିରଂଜନ ପଟ୍ଟନାୟକ କହିଥିଲେ ।କିନ୍ତୁ ଯେତେବେଳେ ଅଭିଯୁକ୍ତମାନେ ଧରାପଡିଛନ୍ତି ସେତେବେଳେ ଟୁଇଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି ନିରଂଜନ ପଟ୍ଟନାୟକ । ତାଙ୍କୁ ଆକ୍ରମଣ କରିଥିବା ଦୁବୃର୍ତଙ୍କ ମଧରେ ଯୁବ ବିଜେପିର ସଦସ୍ୟ ଥିବା ସେ ଅଭିଯୋଗ ଆଣିଛନ୍ତି । ବିଜେପିର ନୀତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଆସୁଛି । ବଡ଼ କଂଟା ହୋଇ କଂଗ୍ରେସ ସେମାନଙ୍କ ପାଇଁ ଛିଡା ହୋଇଛି । ଏଥିପାଇଁ ସେ ଆକ୍ରମଣ କରିଥିବା ସେ ଟୁଇଟ କରିଥିଲେ । ଏହା ସହ ବିଜେପି ଦଳ କାହିଁକି ଭୀରୁ ଭଳି ଆଚରଣ କରୁଛି ଏନେଇ ରାଜ୍ୟ ବିଜେପି ସଭାପତି ଓ ପ୍ରଭାରୀଙ୍କୁ ପଚାରିବେ ବୋଲି କହିଛନ୍ତି ପିସିସି ସଭାପତି । ଓଡିଶାରେ ମହିଳା ମାନେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଋବିବାର ପିସିସି ସଭାପତି ନିରଂଜନ ପଟ୍ଟନାୟକ କେନ୍ଦୁଝରରୁ ଫେରୁଥିବା ବେଳେ କାଶୀପୁର ନିକଟରେ ଗାଡି ଅଟକାଇ କିଛି ଦୁର୍ବୃତ ଆକ୍ରମଣ କରିଥିଲେ । କିନ୍ତୁ ଏମାନେ କୌଣସି ମତେ ସେଠାରୁ ବର୍ତିକି ପଳାଇଆସିଥିଲେ । ଘଟଣାର କିଛି ସମୟ ଭିତରେ କଂଗ୍ରେସ କର୍ମୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟଣାରେ ସଂପୃକ୍ତ ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ସଂଜୟ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରିଫ କରିଛି । ଅନ୍ୟମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।

ପିସିସି ସଭାପତିଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । କଂଗ୍ରେସ ସିଧାସଳଖ ବିଜେପିକୁ ଟାର୍ଗେଟ କରିଥିବା ବେଳେ ବିଜେଡି କହିଛି ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ତ୍ରିପୁରା ମଡେଲ ଆପଣାଇଥିବା ବିଜେଡି କହିଛି । ସେପଟେ ଏହି ଅଭିଯୋଗକୁ ଅସ୍ୱୀକାର କରିଛି ବିଜେପି ।

Get real time updates directly on you device, subscribe now.

Leave A Reply

Your email address will not be published.