THE BYAPINI

କାଲି ଆର୍ୟନଙ୍କ ଜାମିନ ଶୁଣାଣି

Get real time updates directly on you device, subscribe now.

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ବି ହୋଇପାରିଲା ନାହିଁ । ଆସନ୍ତାକାଲିକୁ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ । ମଙ୍ଗଳବାର ଦିନ ଉଭୟ ଓକିଲଙ୍କ ମଧ୍ୟରେ ଯୁକ୍ତି ଶେଷ ହୋଇ ନପାରିବାରୁ ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । କାଲି ଦିନ ୨ଟା ୩୦ରେ ଶୁଣାଣି କରିବେ କୋର୍ଟ ।
ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ମାମଲାରେ ଏନସିବି ଆରୟନଙ୍କୁ ଗିରଫ କରିବା ପରେ ଆର୍ଥରେ ରୋଡ଼ ଜେଲରେ ଅଛନ୍ତି । ପ୍ରଥମେ ମାଜିଷ୍ଟ୍ରେଟ୍ ଅଦାଲତ ଓ ପରେ ସେସନ କୋର୍ଟରେ ଆରୟନଙ୍କ ଓକିଲ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲେ ବି କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।ର୍
ଆରୟନ ଖାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଆରୟନଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟରେ ପ୍ରବଳ ଯୁକ୍ତି ବାଢିଥିଲେ । ରୋହତଗୀ କହିଥିଲେ କି ଏନସିବି ଆରୟନଙ୍କୁ ଗିରଫ୍ କରିବା ବେଳେ ସେ ଡ୍ରଗ୍ସ ସେବନ କରିନଥିଲେ । ଅଭିଯୁକ୍ତ ଗ୍ରାହକ ନୁହେଁ କି ଏନସିବି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ କରିନାହିଁ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ଜଜଙ୍କୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.