THE BYAPINI

ଏଥର ବି ଫିକା ପଡିବ ପାର୍ବଣ

Get real time updates directly on you device, subscribe now.

ବିନା ଭକ୍ତରେ ହେବ ପାର୍ବଣ ପୂଜା । ପାର୍ବଣ ନେଇ ଆସିଲା ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଗାଇଡଲାଇନ୍ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି ।

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ପୂଜା ପାଇଁ ସିପିଙ୍କ ଅନୁମତି ଲୋଡ଼ା ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହାସହ କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ।

କୌଣସି ବିସର୍ଜନ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । ସେହିପରି ସ୍କୁଲରେ କମ୍‌ ସଂଖ୍ୟକ ପିଲାଙ୍କୁ ନେଇ ପୂଜାର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଭକ୍ତ ନ

Get real time updates directly on you device, subscribe now.

Leave A Reply

Your email address will not be published.