THE BYAPINI

ରକ୍ତ ସଂପର୍କ ବନାମ ମାନବିକତା!

Get real time updates directly on you device, subscribe now.

ମହାମାରୀ କରୋନାର ଭୟ ମଣିଷ ପାଖରୁ ହଜାଇ ଦେଉଛି ମାନବିକତା । କରୋନାରେ ମୃତ୍ୟୁ ପରେ କେହି ଶାହି ପଡିଶା ଶବ ପାଖକୁ ଆସିବା ତ ଦୂରର କଥା ନିଜ ଘର ଲୋକ ମଧ୍ୟ ମୁହଁ ବୁଲାଇ ପଳାଉଛନ୍ତି । କେଉଁଠି ପରିବାର ଲୋକ ଶବ ନେବାକୁ ଆସୁନାହାନ୍ତି ତ କେଉଁଠି ଶ୍ମଶାନରେ ଚାରି କାନ୍ଧ ମିଳୁନି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିିଦିନ କରୋନାର ଏପରି ହୃହୟ ବିଦାରକ ଦୃଶ୍ୟ ଆସୁଛି ଯାହାକୁ ଦେଖିବା କି ବିଶ୍ୱାସ କରିବା କଷ୍ଟକର । ଯେଉଁଠି ନିଜ ଲୋକ ମୃତଦେହର କଡ଼ ମାଡୁନାହାନ୍ତି ସେଠି କିଛି ସ୍ୱେଚ୍ଚାସେବୀ ଓ ପ୍ରଶାସନିକ ଅଧିକାରୀ ପହଚିଂ ଶବସକ୍ରାର କରି ପ୍ରମାଣ କରୁଛନ୍ତି ଯେ ଆଜି ବି ସମାଜରେ ବଂଚିଛି ମାନିବିକତା ।

ଅନୁଗୁଳ ଛେଣ୍ଡିପଦା ବ୍ଲକ ଗୁହିରାପଶି ଗାଁରୁ ଆସିଛି ଏକ ଏଭଳି ଖବର ଯାହାକୁ ଦେଖିଲେ ଲାଗୁଛି ଆଜି ବି ବଂଚିଛି ମାନବିକତା । ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ । ଗୁହିରାପଶି ଗାଁର ଗୋବିନ୍ଦ ମାଝୀ ନାମକ ଜଣେ ବୃଦ୍ଧ ୫ଦିନ ପୂର୍ବରୁ ଜ୍ୱରରେ ପୀଡିତ ଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।କିନ୍ତୁ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପାଖାପାଖି ୧୮ ଘଂଟା ଧରି ମୃତଦେହ ପଡିରହିବା ପରେ ବି ଗାଁ ଲୋକ ଓ ସାହି ପଡିଶା ପାଖ ମାଡିନଥିଲେ । ଶବ ସକ୍ରାର କରିବାକୁ ମଧ୍ୟ ଆସିନଥିଲେ । ଶେଷରେ ଖବର ପହଚିଂଥିଲା ପ୍ରଶାସନିକ ଅଧିକାରୀଙ୍କ ପାଖରେ । ଆଉ ଖବର ପାଇବା ପରେ ସ୍ଥାନୀୟ ବିଡିଓ ସଞ୍ଜୟ କୁମାର ଆଚାର୍ୟ୍ୟ, ସରପଂଚ ନାରାୟଣ ବେହେରା, ପଂଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ବୃଦ୍ଧଙ୍କ ପୁଅ ମୁନା ପିପିଇ କିଟ୍ ପିନ୍ଧି ଗୋବିନ୍ଦଙ୍କ ଶବ କାନେ୍ଧଇ ମଶାଣିକୁ ନେଇ ଶବ ସଂସ୍କାର କରିଥିଲେ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନବିକତା ହଜିଯାଉଥିବାର ଏଭଳି ଖବର ଆସୁଥିବା ବେଳେ ବିଡିଓଙ୍କ ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କଲେଜ ଛକ ଗୋଲାପଲ୍ି ଅଂଚଳର ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତ ଦେହ ଓ ତାଙ୍କ ପାଖରେ ବସି କାନ୍ଦୁଥିବା ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ମାର ମୃତ୍ୟୁ ପରେ ଶିଶୁଟି ଜୋରରେ କାନ୍ଦୁଥିଲେ ବି କେହି ପାଖକୁ ଯାଇ ନଥିଲେ । ପରେ ଘଟଣାସ୍ଥଳରେ ଥାନା ଅଧିକାରୀ , ସରପଂଚଙ୍କ ପ୍ରତିନିଧି ଓ କିଛି ସ୍ୱେଛାସେବୀ ପହଁଚିଥିଲେ । ତାପରେ ପିପିଇ କିଟ୍ ପିନ୍ଧି ଶବ ଉଦ୍ଧାର କରିଥିଲେ ।
କେବେଳ ଅନୁଗୁଳ କି ଗଂଜାମ ନୁହେଁ ରାଜ୍ୟର ପ୍ରତି ଜିଲ୍ଲାରୁ ପ୍ରତିଦିନ ଏଭଳି ଖବର ଆସୁଛି ଯେଉଁଥିରେ ଦେଖିବାକୁ ମିଳୁଛି କିଭଳି ମହାମାରୀ ବେଳେ ମଣିଷ ମାନବିକତା ଭୁଲିଯାଉଛି । ମୃତ୍ୟୁ ପରେ ନିଜ ଲୋକଙ୍କୁ କାନ୍ଧ ଦେବାକୁ ବି ଆସୁନାହାନ୍ତି କି ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ସେମିତି ମଶାଣୀରେ ହିଁ ଛାଡିକି ପଳାଉଛନ୍ତି । କରୋନା ଭୟରେ ଅଲୋଡା ହୋଇଯାଉଛି ମୃତଦେହ ।

Get real time updates directly on you device, subscribe now.

Leave A Reply

Your email address will not be published.