THE BYAPINI

ଗର୍ଭବତୀଙ୍କୁ ଭ୍ୟାକ୍ସିନ ମନା

Get real time updates directly on you device, subscribe now.

ଗର୍ଭବତୀଙ୍କ ମହିଳାଙ୍କ ପାଇଁ ବଡ ଖବର । ପେଟରେ ପିଲା ଥିଲା ବେଳେ ଆପଣ ନେଇପାରିବେନି କରୋନା ଟୀକା । ଗର୍ଭଧାରଣ ସମୟରେ ଭ୍ୟାକ୍ସିନ ନନେବାକୁ ପରାମର୍ଶ ଦେଲେ ବରିଷ୍ଠ ଡାକ୍ତର । ଏମିତି କି କୁନି କୁନି ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମାଆ ମାନେ ବି ଟୀକା ନେବେନି । ଏହି ଦୁଇ ଶ୍ରେଣୀର ମହିଳାମାନଙ୍କୁ କରୋନା ଟୀକା ନନେବାକୁ ସିଧାସିଧା ମନାକରିଦେଇଛନ୍ତି ଡାକ୍ତର ।

ତେବେ କରୋନା ବିରୋଧରେ ଟୀକାକରଣ ଯେବେଠାରୁ ଚାଲିଲାଣି । ସେବେଠାରୁ ବୃଦ୍ଧମାନଙ୍କୁ ଟୀକା ଦିଆଯାଉଥିଲା । ପରେ ମେ ୧ରୁ ୧୮ରୁ ୪୫ ବର୍ଷର ମହିଳା, ପୁରୁଷଙ୍କୁ ଟୀକା ଦିଆଯାଉଛି । ତେବେ କରୋନା ଲଢେଇର ସଞ୍ଜିବନୀ ଗର୍ଭବତୀ ମହିଳା ନେବେ ନା ନାହିଁ ଏ ପ୍ରଶ୍ନ ସବୁବେଳେ ଉଠିଆସୁଥିିବା ବେଳେ ଆଜି ବରିଷ୍ଠ ଡାକ୍ତରମାନେ ରୋକଠୋକ ମନା କରିଦେଇଛନ୍ତି । ତେଣୁ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରୁଥିବା ମହିଳାମାନେ କରୋନା ଟୀକା ନେଇପାରିବେନି ।

ଅନ୍ୟଏକ ଦିଗ ପ୍ରତି ମଧ୍ୟ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି । କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ କି ସମସ୍ୟା ନାହିଁ । ଯଦି ଗର୍ଭ ରହିଗଲା ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଗର୍ଭାବସ୍ଥାରେ ରୋଗପ୍ରତିରୋଧକ ଶକ୍ତି କମଥାଏ । ତେଣୁ ଏହି ସମୟରେ ଗର୍ଭରେ ଥିବା ସନ୍ତାନ ଓ ମାଆ ପ୍ରତି ବିପଦ ଥାଏ । କରୋନା ସମୟରେ ବ୍ୟବଧାନ ଭିତ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଭଲ । କାରଣ ବାରମ୍ବାର ଡାକ୍ତରଙ୍କ ପାଖକୁ ଗଲେ ବାହାରୁ ସଂକ୍ରମଣ ହେବାର ଆଶଙ୍କା ଥାଏ । କରୋନା ନିୟମ ଅନୁସାରେ ଅଲଟ୍ରାସାଉଣ୍ଡ କରିବା ସହ ଯଦି ସ୍ୱାସ୍ଥ୍ୟ ଗୁରୁତର ନଥାଏ ତେବେ ପ୍ରତି ୨ ମାସରେ ଥରେ ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ମୁହାଁ ହେଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ସରକାରଙ୍କ ଚିନ୍ତା ବଢିଛି । କରୋନା ସଂକ୍ରମଣ ଏତେ ଅଧିକ ହେଉଛି ଯେ ଦୈନିକ ୮ ହଜାର ୮ ହଜାର ଡେଉଁଛି । ଆଉ ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.