THE BYAPINI

ଫିକା ପଡିବ ନୂଆବର୍ଷ

Get real time updates directly on you device, subscribe now.

ଫିକା ପଡିବ ନୂଆବର୍ଷ । କୋଭିଡ କଟକଣା ଭିତରେ ଟୁଇନ ସିଟିରେ ନୂଆବର୍ଷ ପାଳନ ହେବ । ଯେପରି କୌଣସି ସ୍ଥାନରେ ଅଧିକ ଭିଡ ନଜମେ ସେଥିପ୍ରତି କଡ଼ା ନଜର ରଖିବ କମିସନରେଟ ପୁଲିସ । ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ ସହ ନାକାବନ୍ଦୀ କରିବ । ବିଶେଷ କରି ହୋଟେଲ, ପବ୍‌, ବାର୍ ଓ ପାର୍କ ଗୁଡିକ ପୁଲିସ ଟାର୍ଗେଟରେ ରହିବ ।

ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ରାଜଧାନୀର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବା ସହିତ ବ୍ଲକିଂ ଓ ଚେକିଂ କରାଯିବ । ଜିରୋ ନାଇଟକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେବ ସିକ୍ୟୁରିଟି । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ ।

ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ଗହଳି କିମ୍ବା ସେଲିବ୍ରେସନ୍ ନହୁଏ ତା’ ଉପରେ କଡା ନଜର ରହିବ । ଚଳିତ ବର୍ଷ ଟ୍ୱିନ୍ସିଟିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ ନାହିଁ । ଜିରୋ ନାଇଟ ଉପରେ ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥା ବଢାଇବ କମିଶନରେଟ ପୁଲିସ । ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଏବଂ ରୋଡ ରୋମିଓଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ଏବଂ ନାକାବନ୍ଦୀ କରାଯିବ । ନିୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ ।
ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ରୋକିବା ଲାଗି ବ୍ରେଥ୍ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ । ଏହାବ୍ୟତୀତ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରିପଲ୍ ରାଇଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.