THE BYAPINI

ଆଗ ପଜିଟିଭ ପରେ ନେଗେଟିଭ..ଭିସୁଟ ଛାତ୍ରଙ୍କୁ ହୋଇନି କରୋନା..

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଯେପରି ସଂକ୍ରମଣ ନବଢେ ସେନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତକିଛି ଦିନ ତଳେ ବୁର୍ଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ଜଣାପଡିବାରେ ଭିସୁଟରେ କୋକୁଆ ଭୟ ଖେଳିଯାଇଥିଲା । ଭିସୁଟରେ ସଟଡାଉନ କରାଯିବା ସହ ହଷ୍ଟେଲ ବାହାରକୁ ପିଲାଙ୍କୁ ନବାହାରିବାକୁ କୁହାଗଲା । ଅଫଲାଇନ ପରୀକ୍ଷା ମଧ୍ୟସ୍ଥଗିତ କରାଗଲା । ହେଲେ ଏବେ ଜଣାପଡିଛି ଯେ ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିଟ ଖରାପ ଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଜି ଏଭଳି କିଛି ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଆଣ୍ଟିଜେନ୍‌ କିଟ୍‌ ରେ ତ୍ରୁଟି ଥିବା ଯୋଗୁଁ ଭିସୁଟ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡିଛି । ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏହାପରେ ସେଠାରୁ ସବୁ ଆଣ୍ଟିଜେନ୍‌ କିଟ୍‌ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ଗତ ୨୬ ଓ ୨୭ ତାରିଖକୁ ମିଶାଇ ମୋଟ୍ ୨୫ ଜଣ କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା । ବୁର୍ଲା ଭିସୁଟର ପୁଲହ, ପୁଲସ୍‌ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ପୁଲହ ହଷ୍ଟେଲକୁ ଲାଗିକି ଥିବା ଅଂଚଳରୁ ବୋଫର ଜୋନ୍ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ଭିସୁଟ୍ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.

Leave A Reply

Your email address will not be published.